ଜାତି ଜନଗଣନା କରିବେ ମୋଦୀ ସରକାର ; କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହୋଇଛି ବଡ ନିଷ୍ପତ୍ତି । ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା କଲେ ସରକାର । 

ଅଦ୍ୟତନ ହୋଇଛି
ଜାତି ଜନଗଣନା

ଜାତି ଜନଗଣନା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହୋଇଛି ବଡ ନିଷ୍ପତ୍ତି । ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା କଲେ ସରକାର । 

ଅନ୍ୟପଟେ, ବିରୋଧୀଙ୍କ କହିବା କଥା, ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ । ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ । ପୂର୍ବରୁ ଏ ନେଇ ବିରୋଧୀ ଦାବି କରିଆସୁଥିଲେ । ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ତେଣୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ବିରୋଧୀ କହିଥିଲେ । ତେଣୁ ତାଙ୍କ ସରକାର ଆସିଲେ ଜାତି ଜନଗଣନା ନିଶ୍ଚୟ କରାଇବେ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବଂ ପଛୁଆ ବର୍ଗଙ୍କୁ ୫୦ରୁ ଅଧିକ ପ୍ରତିଶତ ସଂରକ୍ଷଣ ସୁବିଧା ଦେବା ଉପରେ ଗୁରୁତ୍ବ ଦେବେ ବୋଲି ମଧ୍ୟ କହିଥିଲେ । ଏବେ ମୋଦୀ ସରକାର ଜାତି ଜନଗଣନା କରିବାକୁ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe