କନକ ବ୍ୟୁରୋ: ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହୋଇଛି ବଡ ନିଷ୍ପତ୍ତି । ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା କଲେ ସରକାର ।
ଅନ୍ୟପଟେ, ବିରୋଧୀଙ୍କ କହିବା କଥା, ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ । ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ । ପୂର୍ବରୁ ଏ ନେଇ ବିରୋଧୀ ଦାବି କରିଆସୁଥିଲେ । ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ତେଣୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ବିରୋଧୀ କହିଥିଲେ । ତେଣୁ ତାଙ୍କ ସରକାର ଆସିଲେ ଜାତି ଜନଗଣନା ନିଶ୍ଚୟ କରାଇବେ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବଂ ପଛୁଆ ବର୍ଗଙ୍କୁ ୫୦ରୁ ଅଧିକ ପ୍ରତିଶତ ସଂରକ୍ଷଣ ସୁବିଧା ଦେବା ଉପରେ ଗୁରୁତ୍ବ ଦେବେ ବୋଲି ମଧ୍ୟ କହିଥିଲେ । ଏବେ ମୋଦୀ ସରକାର ଜାତି ଜନଗଣନା କରିବାକୁ ଘୋଷଣା କରିଛନ୍ତି ।