କନକ ବ୍ୟୁରୋ: ସତ୍ୟ କାହାଣୀ ଉପରେ ଆଧାରିତ ସିନେମ ‘ଦ ସାବରମତୀ ରିପୋର୍ଟ’ ଯେତିକି ଲୋକପ୍ରିୟତା ସାଉଣ୍ଟୁଛି ସେତିକି ଚର୍ଚ୍ଚାରେ ରହିଛି । ଆଉ ଚର୍ଚ୍ଚାର ପ୍ରମୁଖ କାରଣ ପାଲଟିଛି ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା ।
- ଚର୍ଚ୍ଚାରେ ସିନେମା ‘ଦ ସାବରମତୀ ରିପୋର୍ଟ’
- ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପ୍ରଶଂସା
ଥିଏଟରରେ କମାଲ କରୁଛି ସିନେମା ‘ଦ ସାବରମତୀ ରିପୋର୍ଟ’ । ୨୦୦୨ର ବହୁ ଚର୍ଚ୍ଚିତ ଗୋଧ୍ରା କାଣ୍ଡକୁ ନେଇ ପର୍ଯ୍ୟବେସିତ ହୋଇଥିବା ସିନେମା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କାରଣ ଆଉ କେହି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ‘ଦ ସାବରମତୀ ରିପୋର୍ଟ’ର ଭୁରି ଭୁରି ପ୍ରଶଂସା କରିଛନ୍ତି । ନିଜ ଅଫିସିଆଲ ସୋସିଆଲ ମିଡିଆ ପେଜରେ ଏକ ଲେଖା ପୋଷ୍ଟ କରିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଖୁବ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଲେଖିଛନ୍ତି, ସତ କେବେ ଲୁଚି ରହେନା । ଦିନେ ନା ଦିନେ ସାମ୍ନାକୁ ଆସେ । ମିଛ କଥା ସୀମିତ ସମୟ ପର୍ଯ୍ୟନ୍ତ ତିଷ୍ଟି ପାରେ । ସେପଟେ ଗୃହମନ୍ତ୍ରୀ କହିଛନ୍ତି ଇକୋସିଷ୍ଟମ ଯେତେ ବଳିଷ୍ଠ ହେଲେ ବି ସତକୁ ଲୁଚାଇବା ଅସମ୍ଭବ । ବରିଷ୍ଠ ନେତାଙ୍କ ପୋଷ୍ଟକୁ ରି-ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ନିର୍ମାତା ଏକତା କପୁର । ଲୋମଟାଙ୍କୁରା ସତ୍ୟକାହାଣୀକୁ ନେଇ ଧୀରଜ ଶରନା ନିର୍ମାଣ କରିଛନ୍ତି ‘ଦ ସାବରମତୀ ରିପୋର୍ଟ’ । ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସେ, ରିଧି ଡୋଗରା, ରାଶି ଖାନ୍ନାଙ୍କ ଅଭିନୟ ରହିଛି ।ନଭେମ୍ବର ୧୫ରେ ରିଲିଜ ହୋଇଥିବା କମ ବଜେଟର ସିନେମା ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/18/oaNp5ixLTJmk1JkbDS9f.jpg)