କନକ ବ୍ୟୁରୋ: ବିଦେଶ ଲାଓସ୍ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ତମ ପୂର୍ବ- ଏସିଆ ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି । ଏହି ସମ୍ମିଳନୀରେ ଚୀନ, ଭାରତ, ଜାପାନ, ଦିକ୍ଷିଣ କୋଆ, ନ୍ୟଜିଲ୍ୟାଣ୍ଡ, ଋଷ ଓ ଆମେରିକା ସାମିଲ ହୋଇଛନ୍ତି । ଏଥିସହ ସହଯୋଗୀ ଦେଶ ଭାବେ ଇଣ୍ଡୋନେସିଆ , ମାଲେସିଆ, ଫିଲିପିନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଭାରତ, ଭିଏତନାମ, ଲାଓସ, କମ୍ବୋଡିଆ ଓ ବ୍ରୁନେଇ ମଧ୍ୟ ସାମିଲ ହୋଇଛନ୍ତି ।
ଲାଓସରୁ ପୂରା ବିଶ୍ୱକୁ ଶାନ୍ତି ଅପିଲ କରିଛନ୍ତି ମୋଦୀ । ଏଥିସହ ହିନ୍ଦ ମହାସାଗରରେ ଚୀନର ପ୍ରଭୁତ୍ୱ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି , ‘ଭାରତ ସବୁବେଳେ ଏସିଆନର ଏକତାକୁ ସମର୍ଥନ କରେ । ସହଯୋଗ ଆଶା କରେ । ଦକ୍ଷିଣ ଚୀନ ସାଗରରେ ସ୍ଥିରତା ଓ ଅଖଣ୍ଡ ଭାରତ ଚାହେଁ । ମଧ୍ୟପ୍ରାଚ୍ୟ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ଯୁଦ୍ଧ ଓ ହିଂସାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । । ମୋଦୀ କହିଛନ୍ତି ବିଶ୍ୱର ଯେକୌଣସି କ୍ଷେତ୍ରବି ଅଶାନ୍ତ ହେଲେ ଏହାର ପ୍ରଭାବ ପୂରା ବିଶ୍ୱରେ ପଡେ । ଯୁଦ୍ଧ ନୁହେଁ ବିଶ୍ୱ ଶାନ୍ତି ଚାହେଁ ବୋଲି କହିଛନ୍ତି ମୋଦୀ ।