ହିମାଚଳ ପାଇଁ ମୋଦୀଙ୍କ ବଡ଼ ଘୋଷଣା: ଆକାଶ ମାର୍ଗରୁ ସର୍ଭେ ପରେ, ୧୫୦୦ କୋଟି ଘୋଷଣା

Advertisment

ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ଏହି ଅଞ୍ଚଳଗୁଡ଼ିକ ବନ୍ୟା, ଭୂସ୍ଖଳନ ଏବଂ ଲଗାଣ ବର୍ଷାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ଦେଢ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ଏହି ଅଞ୍ଚଳଗୁଡ଼ିକ ବନ୍ୟା, ଭୂସ୍ଖଳନ ଏବଂ ଲଗାଣ ବର୍ଷାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ଦେଢ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

MODI

କନକ ବ୍ୟୁରୋ:ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ଏହି ଅଞ୍ଚଳଗୁଡ଼ିକ ବନ୍ୟା, ଭୂସ୍ଖଳନ ଏବଂ ଲଗାଣ ବର୍ଷାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ଦେଢ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ମୋଦୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ' ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆକାଶ ମାର୍ଗରୁ ସର୍ଭେ କୃଲି । ଏହି କଷ୍ଟକର ସମୟରେ ଆମେ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଜାରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।'

ହିମାଚଳ ପ୍ରଦେଶକୁ ଦେଢ଼ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ସହିତ, କେନ୍ଦ୍ର ସରକାରଙ୍କ SDRF ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ମଧ୍ୟ ଆଗୁଆ ଜାରି କରାଯିବ । ଏହାସହ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପୁନଃନିର୍ମାଣ କରାଯିବ । ଜାତୀୟ ରାଜପଥ ମରାମତି କରାଯିବ, ସ୍କୁଲଗୁଡ଼ିକ ପୁନଃନିର୍ମାଣ କରାଯିବ । ଏହା ସହିତ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଅଧୀନରେ ମଧ୍ୟ ସାହାଯ୍ୟ ମିଳିବ । ପଶୁପାଳନ ପାଇଁ ମିନି କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

ଏହାସହ ବିଶେଷକରି ଯେଉଁ ଚାଷୀମାନଙ୍କର ବର୍ତ୍ତମାନ ବିଦ୍ୟୁତ ସଂଯୋଗ ନାହିଁ ସେମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, କ୍ଷତିଗ୍ରସ୍ତ ଘରଗୁଡ଼ିକର ଜିଓଟ୍ୟାଗିଂ କରାଯିବ । ଏହା କ୍ଷୟକ୍ଷତିର ସଠିକ୍ ମୂଲ୍ୟାଙ୍କନ ଏବଂ ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରିବ ।

୩୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଜାଣିରଖିବା ଉଚିତ ଯେ, ହିମାଚଳ ପ୍ରଦେଶରେ ଜୁନ୍ ୨୦ ରୁ ସେପ୍ଟେମ୍ବର ୮ ମଧ୍ୟରେ ବାଦଲ ଫଟା ବର୍ଷା, ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୪,୧୨୨ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDMA) ଏବଂ ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର (SEOC) ଅନୁଯାୟୀ, ରାଜ୍ୟରେ ୩୭୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି, ଯେଉଁଥିରୁ ୨୦୫ ଜଣଙ୍କର ବର୍ଷାଜନିତ ଘଟଣାରେ ମୃତ୍ୟୁ ହୋଇଛି ଏବଂ ୪୩ ଜଣଙ୍କର ଭୂସ୍ଖଳନ, ୧୭ ଜଣଙ୍କର ବାଦଲ ଫଟା ବର୍ଷା ପାଇଁ ଏବଂ  ୯ ଜଣଙ୍କର ବନ୍ୟା ପାଇଁ ମୃତ୍ୟୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe