ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ, ଅପରେସନ୍ ସିନ୍ଦୂରରେ ଭାରତୀୟ ସେନାର ଶକ୍ତି କଥା କହିଲେ

ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ।  କହିଲେ, ମହାକାଶରେ ଭାରତ ତ୍ରିରଙ୍ଗା ଉଡ଼ିବା ଦେଶ ପାଇଁ ଗୌରବ । ଅପରେସନ୍ ସିନ୍ଦୂରରେ ଭାରତୀୟ ସେନାର ଶକ୍ତି ଦେଖିଲା ବିଶ୍ୱ  । ତୃତୀୟ ଅର୍ଥ ବ୍ୟବସ୍ଥାର ଦ୍ବାରଦେଶରେ ଭାରତ । 

59-Modi PM

କନକ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍‌ବୋଧନ । ମୋଦୀ କହିଛନ୍ତି, ମୌସୁମୀ ବର୍ଷା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଦେଶର ପାଣିପାଗ ବହୁତ ଭଲ ରହିଛି । ଚଳିତବର୍ଷ ଯେତିକି ବର୍ଷା ହୋଇଛି, ଦେଶର ବିକାଶ ପାଇଁ ଭଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷିକାର୍ଯ୍ୟ, ଗ୍ରାମୀଣ ଉନ୍ନତି, ଜଳ ଭଣ୍ଡାର, ସବୁ ପାଇଁ ବହୁତ ଭଲ । ସେହିପରି ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନ୍‌ରେ ଭାରତର ତ୍ରିରଙ୍ଗା ଉଡ଼ିବା ଦେଶ ପାଇଁ ଗୌରବ । ଦେଶର ଅର୍ଥନୀତି ନେଇ ମୋଦୀ କହିଛନ୍ତି, ଖୁବଶୀଘ୍ର ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ । ୨୦୧୪ ପୂର୍ବରୁ ମହଙ୍ଗା ସ୍ଥିତି ନେଇ ଦେଶବାସୀ ନାନା ସମସ୍ୟା ଭୋଗୁଥିଲେ । ହେଲେ ବିଜେପି ସରକାରକୁ ଆସିବା ପରଠାରୁ ଅର୍ଥନୀତିରେ ଅଭିବୃଦ୍ଧି ହୋଇଥିବା ମୋଦୀ କହିଛନ୍ତି । 

ଆଜି ଚାଲିପାରୁନି ଲୋକସଭା, ବାରମ୍ୱାର ହେଉଛି ମୁଲତବୀ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ, ଅପରେନସ ସିନ୍ଦୂର ଓ ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ବିରୋଧୀ ଆଲୋଚନା ପାଇଁ ଅଡ଼ି ବସିଛନ୍ତି । ହଟ୍ଟଗୋଳ ଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭା ଦିନ ୧୨ଟା ଯାଏଁ ମୁଲତବୀ କରାଯାଇଥିଲା । ଏହାପରେ ଗୃହ ଆରମ୍ଭ ହୋଇଥିଲେ ବି ସ୍ୱାଭାବିକ ହୋଇପାରି ନଥିଲା । ଫଳରେ ଲୋକସଭାକୁ ଦିନ ଦୁଇଟା ଯାଏଁ ମୁଲତବୀ ଘୋଷଣା କରାଯଆଇଛି । 

ସେପଟେ ରାଜ୍ୟସଭାରେ ମଧ୍ୟ ବିରୋଧୀ ସମାନ ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି । କଂଗ୍ରେସ ସାଂସଦ କେ.ସି ବେଣୁଗୋପାଲ ଓ ରଣଦୀପ ସୁରଜେୱାଲା ଅପରେସନ ସିନ୍ଦୂର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧବିରତି ଦାବି ଉପରେ ଆଲୋଚନା ପାଇଁ ନୋଟିସ ଦେଇଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ବାଦବିବାଦ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe