ଘାନା ସଂସଦକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ, କହିଲେ, ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ ବରଂ ଭାରତୀୟ ମୂଲ୍ୟବୋଧର ଅଂଶ

ଉଭୟ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଭାରତ ଗଣତନ୍ତ୍ରର ଜନନୀ। ଆମ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ, ବରଂ ଏହା ଆମ ମୂଲ୍ୟବୋଧର ଏକ ଅଂଶ। ଭାରତରେ ୨୫ ଶହରୁ ଅଧିକ ରାଜନୈତିକ ଦଳ ଅଛି। ବିଭିନ୍ନ ରାଜ୍ୟରେ ୨୦ରୁ ଅଧିକ ଦଳ ଶାସନ କରୁଛନ୍ତି। ଦେଶରେ ୨୨ଟି ସରକାରୀ ଭାଷା ରହିଛି। ଭାରତ ଏପରି ଏକ ଦେଶ, ଏଠାକୁ ଯିଏ ଆସେ ତାକୁ ଆପଣାଇ ନିଆଯାଏ। ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନର ବିପଦ ବଷୟରେ ସାରା ବିଶ୍ବକୁ ପୁଣି ଥରେ ମନେପକାଇ ଦେଇଛନ୍ତି । 

SFASSDSSDFS

କନକ ବ୍ୟୁରୋ : ଏବେ ୫ଟି ଦେଶକୁ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଆଫ୍ରକୀୟ ଦେଶ ଘାନାରେ ପହଞ୍ଚିଥିବା ବେଳେ ସେଠାକାର ସଂସଦକୁ ସମ୍ବୋଧିତ କରିଛନ୍ତି। ଉଭୟ ଦେଶର ସୁସମ୍ପର୍କ ବିଷୟରେ ମୋଦୀ କହିଛନ୍ତି ଯେ, ଘାନା ଓ ଭାରତର ସମ୍ପର୍କ ବେଶ୍ ମିଠା। ଏପରିକି ଏହା ଘାନାର ପ୍ରସିଦ୍ଧ ‘ସୁଗାରଲୋଫ ପାଇନାପଲ୍‌’ ଠାରୁ ଅଧିକ ମିଠା। ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଘାନା ଏକ ସାହସିକ ରାଷ୍ଟ୍ର। ଏହା ସବୁପ୍ରକାର ଆହ୍ବାନକୁ ହସି ହସି ସ୍ବାଭିମାନର ସହ ସାମ୍ନା କରିଥାଏ । ପୁରା ଆଫ୍ରିକା ପାଇଁ ଘାନା ଏକ ଆଲୋକ ସମାନ । 

ଉଭୟ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଭାରତ ଗଣତନ୍ତ୍ରର ଜନନୀ। ଆମ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ, ବରଂ ଏହା ଆମ ମୂଲ୍ୟବୋଧର ଏକ ଅଂଶ। ଭାରତରେ ୨୫ ଶହରୁ ଅଧିକ ରାଜନୈତିକ ଦଳ ଅଛି। ବିଭିନ୍ନ ରାଜ୍ୟରେ ୨୦ରୁ ଅଧିକ ଦଳ ଶାସନ କରୁଛନ୍ତି। ଦେଶରେ ୨୨ଟି ସରକାରୀ ଭାଷା ରହିଛି। ଭାରତ ଏପରି ଏକ ଦେଶ, ଏଠାକୁ ଯିଏ ଆସେ ତାକୁ ଆପଣାଇ ନିଆଯାଏ। ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନର ବିପଦ ବଷୟରେ ସାରା ବିଶ୍ବକୁ ପୁଣି ଥରେ ମନେପକାଇ ଦେଇଛନ୍ତି । 

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ସାରା ଭାରତୀୟଙ୍କ ପାଇଁ ଗର୍ବର କଥା ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଯାଏଁ ୨୪ଟି ଦେଶରୁ ସର୍ବୋଚ୍ଚ ସମ୍ମାନ ପାଇସାରିଛନ୍ତି। ପ୍ରଧାନମନ୍ତ୍ରୀ ନିଜର ଏହି ଗସ୍ତ ବେଳେ ୫ଟି ଦେଶକୁ ଯାତ୍ରା କରିବେ। ଘାନା ପରେ ତ୍ରିନିଦାଦ ଓ ଟବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମିବିୟା ଯାତ୍ରା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe