ଦେଶବ୍ୟାପୀ ବିଏସଏନଏଲ ଫୋର ଜି ସେବା ଆରମ୍ଭ, ଝାରସୁଗୁଡ଼ାରୁ ୯୭ ହଜାର ଟାୱାରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ ୩୭ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେବା ଆରମ୍ଭ ହେଉଛି । ଏଥିପାଇଁ ୯୭,୫୦୦ରୁ ଅଧିକ ମୋବାଇଲ୍ ୪ଜି ଟାୱାର ନିର୍ମାଣ ହୋଇଛି । ଯାହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

14

କନକ ବ୍ୟୁରୋ :  ସାରା ଦେଶରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଫୋର୍‌-ଜି ସେବା ଆରମ୍ଭ କରୁଛି ବିଏସଏନଏଲ୍‌। ଝାରସୁଗୁଡ଼ା କାର୍ଯ୍ୟକ୍ରମରେ  ଏହି ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ ୩୭ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେବା ଆରମ୍ଭ ହେଉଛି । ଏଥିପାଇଁ ୯୭,୫୦୦ରୁ ଅଧିକ ମୋବାଇଲ୍ ୪ଜି ଟାୱାର ନିର୍ମାଣ ହୋଇଛି । ଯାହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୨୬ ହଜାର ୭୦୦ରୁ ଅଧିକ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ କରିବ ବିଏସଏନଏଲ୍‌ ୪-ଜି ସେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe