କନକ ବ୍ୟୁରୋ : ମନ୍‌ କି ବାତ୍‌ରେ ମୟୂରଭଂଜ ଜିଲ୍ଲାର ଯୁବକ। ମୟୂରଭଂଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଯୁବକ ରାମଜିତ୍ ଟୁଡୁଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନଲାଇନରେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ରାମଜିତ୍। ସେ ଏମିତି ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷା ସହ ଜଡ଼ିତ ସାହିତ୍ୟକୁ ପଢାଯାଇପାରୁଛି ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ଲେଖାଯାଇପାରୁଛି । କହିବାକୁ ଗଲେ, ସାନ୍ତାଳି ଭାଷାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରାମଜିତ୍। ଏନେଇ ଏକ ଅଭିଯାନ ଚଳାଇଛନ୍ତି। ଆଜି ମନ୍‌ କି ବାତ୍ ସଂସ୍କରଣରେ ମୋଦି ତାଙ୍କର ପ୍ରଶଂସା କରିଛନ୍ତି।