କନକ ବ୍ୟୁରୋ: ଅକ୍ଟୋବର ୫ରେ ମିଳିବ ପିଏମ କିଷାନ ଟଙ୍କା  । ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ପଠାଇବେ ଯୋଜନାର ୧୮ ତମ କିସ୍ତି । ୯ କୋଟି ୫୦ ଲକ୍ଷ ଟଙ୍କା ଚାଷୀଙ୍କ ଖାତାକୁ ଯିବ । ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ଦେଶରେ ଅନେକ ପ୍ରକାରର ଯୋଜନା ଚାଲିଛି ଯାହା ମାଧ୍ୟମରେ ପ୍ରାୟ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଉପକୃତ ହେଉଛନ୍ତି । ଏଥିପାଇଁ ଭାରତ ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି। ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ବ୍ୟତୀତ ସବସିଡି ଇତ୍ୟାଦି ଯୋଗାଇ ଦିଆଯାଏ । ଏଭଳି ଏକ ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ଏବଂ ବର୍ତ୍ତମାନ ପରବର୍ତ୍ତୀ ଅର୍ଥାତ୍ ୧୮ତମ କିସ୍ତି ଜାରି ହେବାର ତାରିଖ କୁହାଯାଇଛି । ସରକାରଙ୍କ କହିବା ଅନୁଯାୟୀ, ଏବେ ୫ ଅକ୍ଟୋବର ୨୦୨୪ରେ ୧୮ତମ କିସ୍ତି ପ୍ରଦାନ କରାଯିବ। 

ଗାନ୍ଧୀ ଜୟନ୍ତିରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଦେଓଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ ଭଳି ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା । 
ଏହାସହ  ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ ହେବ । ଆସନ୍ତାକାଲି ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଜନଜାତି ବିକାଶ ପାଇଁ ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମକୁ ମଧ୍ୟ ଲଞ୍ଚ କରିବେ । ସମସ୍ତ ରାଜ୍ୟର ୬୩ ହଜାର ଗ୍ରାମର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା । ଜନଜାତି ବର୍ଗଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସଶକ୍ତିକରଣ, ଉନ୍ନତ ଜୀବନ ଶୈଳୀ ଦିଗରେ ନୂଆ ସୂର୍ଯ୍ୟୋଦୟ ଆଣିବା ଏହି ଯୋଜନାର ଲକ୍ଷ୍ୟ । ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ୟ୍ୟ କରିବେ ।