କନକବ୍ୟୁରୋ : ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପିଏମ କିଷାନ ସମ୍ମାନ ନିଧିର ୨୦ ତମ କିସ୍ତି ହସ୍ତାନ୍ତର ପାଇଁ ସିଆଇଏଫଏ ଠାରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଓଡ଼ିଶାର ୩୪ ଲକ୍ଷ ୮୫ ହଜାର ଚାଷୀଙ୍କୁ ୨୦ ତମ କିସ୍ତିରେ ୬୯୭ କୋଟି ଟଙ୍କା ହସ୍ତାନ୍ତର କରିବେ ସରକାର। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯିବ ଟଙ୍କା। ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପଠାଇବେ କେନ୍ଦ୍ର ସରକାର , ଉତ୍ତରପ୍ରଦେଶ ବାରଣାସୀରୁ ୨୦ ହଜାର ୫୦୦ କୋଟି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।
ଆଉ କିଛି ସମୟର ଅପେକ୍ଷା : କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ ଟଙ୍କା
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପିଏମ କିଷାନ ସମ୍ମାନ ନିଧିର ୨୦ ତମ କିସ୍ତି ହସ୍ତାନ୍ତର ପାଇଁ ସିଆଇଏଫଏ ଠାରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ।
/kanak/media/media_files/2025/08/02/03-2025-08-02-11-09-17.jpg)