କନକ ବ୍ୟୁରୋ: ଆଉ କିଛିସମୟରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ମୁମ୍ବାଇ ୱାସିମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏହା ପୂର୍ବରୁ ଜଗଦମ୍ବା ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନବରାତ୍ରୀ ଚାଲୁଥିବାରୁ ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ପିଏମ୍ କିଷାନ କାର୍ୟ୍ୟକ୍ରମରେ ହେବେ ସାମିଲ। ଏହି ଯୋଜନାର ୧୮ ତମ କିସ୍ତି ଚାଷୀଙ୍କୁ ଦେବେ ପ୍ରଧାନମନ୍ତ୍ରୀ । ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ଟ୍ରାନ୍ସଫର କରାଯିବ। ଏଥିପାଇଁ ମହାରାଷ୍ଟ୍ର ୱାସିମ୍ରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ସେହିଠାରୁ ନରେନ୍ଦ୍ର ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ୧୮ ତମ କିସ୍ତି ଜାରି ହେବା ପରେ ପିଏମ୍ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ପାଣ୍ଠି ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ।
ଚାଷୀଙ୍କୁ ପିଏମ୍ କିଷାନ ଟଙ୍କା:
- ଚାଷୀ ପାଇବେ ପିଏମ୍ କିଷାନ ଟଙ୍କା
- ୯ କୋଟି ୫୦ ଲକ୍ଷ ଚାଷୀ ହେବେ ଉପକୃତ
- ୨୦ ହଜାର କୋଟିରୁ ଅଧିକ ଟଙ୍କା ହେବ ଟ୍ରାନ୍ସଫର
- ମହାରାଷ୍ଟ୍ର ୱାସିମ୍ରୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ
- ପ୍ରତିବର୍ଷ ତିନିଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା
- ତିନିଟି କିସ୍ତିରେ ମୋଟ୍ ୬ ହଜାର ଟଙ୍କା ଚାଷୀଙ୍କୁ ମିଳୁଛି