କନକ ବ୍ୟୁରୋ : ଅକ୍ଟୋବର ୫ରେ ମିଳିବ ପିଏମ୍ କିସ୍ତି । ମୋଦୀ ପଠାଇବେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା । କୃଷକମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପିଏମ କିସାନ ସମ୍ମାନ ନିଧି ଯୋଜନା । ଏହି ଯୋଜନାର ୧୭ ତମ କିସ୍ତିର ଅର୍ଥ ରାଶି ପ୍ରଦାନ ସରିଥିବା ବେଳେ ଆସନ୍ତା ୫ ରେ ପୁଣି ମିଳିବ ପିଏମ କିସାନ କିସ୍ତି, ପିଏମ କିସାନ ଯୋଜନାର ଏହା ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ଏହି ରାଶି ପ୍ରଦାନ କରିବେ 

Advertisment

ପ୍ରତି ଜିଲ୍ଲା ସ୍ତରରେ ଚାଷୀମାନଙ୍କୁ ନେଇ ହେବ କାର୍ୟ୍ୟକ୍ରମ । କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ୨୦୧୯ ଫେବୃଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ କରାଯାଇଥିଲା । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୫ ବର୍ଷ ପୂରଣ ହୋଇସାରିଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନା ଚାଷୀଙ୍କୁ ତୃଣମୂଳ ସ୍ତରରେ ସୁଦୃଢ କରିବ