ଦିଲ୍ଲୀରେ ଆରମ୍ଭ ହେଲା ଗ୍ରାମୀଣ ଭାରତ ମହୋତ୍ସବ ।  ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ଗ୍ରାମୀଣ ଭାରତ ମହୋତ୍ସବକୁ ଉଦଘାଟନ କଲେ ମୋଦୀ । ଗ୍ରାମୀଣ କଳାକାରମାନଙ୍କୁ ମୋଦୀଙ୍କ ପ୍ରଶଂସା ।

ଗ୍ରାମୀଣ ଭାରତ ମହୋତ୍ସବକୁ ଉଦଘାଟନ କଲେ ମୋଦୀ । ଗ୍ରାମୀଣ କଳାକାରମାନଙ୍କୁ ମୋଦୀଙ୍କ ପ୍ରଶଂସା ।

modi dd

Photograph: (kanaknews)

କନକ ବ୍ୟୁରୋ :  ଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଗ୍ରାମୀଣ ଭାରତ ମହୋତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । କାର୍ଯକ୍ରମକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ”ଗ୍ରାମ ଯେତେ ସମୃଦ୍ଧ, ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିବାରେ ସେମାନଙ୍କର ଭୂମିକା ଅଧିକ ହେବ।”

 ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ‘ଗ୍ରାମୀଣ ଭାରତ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ଲୋକମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୋଦୀ କିଛି କଳାକାରଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ସେମାନଙ୍କ କଳାକୌଶଳକୁ ପ୍ରଶଂସା କରିଥିଲେ ।

ଏହି ମହୋତ୍ସବ ଗ୍ରାମୀଣ ଭାରତର ବିକାଶରେ ଶିଳ୍ପ ଓ କଳାର ଯୋଗଦାନକୁ ଦର୍ଶାଉଛି । ଗ୍ରାମୀଣ କଳାକାରମାନଙ୍କୁ ମୋଦୀ ପ୍ରଶଂସା କରିବା ସହିତ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୋଦୀ କହିଥିଲେ । ଗ୍ରାମୀଣ କଳାକୌଶଳକୁ ଏକ ନୂଆ ମଞ୍ଚ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe