କନକ ବ୍ୟୁରୋ: ଓଡ଼ିଶାରେ ଗଡିଲା ଆଉ ୨ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡଖଣ୍ଡ-ଟାଟାରୁ ଭିଡିଓ କନଫରେନ୍ସିଂରେ ଜରିଆରେ ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଟ ୬ଟି ଟେନ ମଧ୍ୟରୁ ଓଡ଼ିଶା ଭାଗରେ ୨ଟି ନୂଆ ଟ୍ରେନ ପଡ଼ିଛି । ଟାଟାନଗର-ବ୍ରହ୍ମପୁର ଓ ଅନ୍ୟଟି ରାଉରକେଲା-ହାୱଡା ମଧ୍ୟରେ ଚାଲିଲା ବନ୍ଦେ ଭାରତ । 

Advertisment

ଏହା ସହ ଆଉ ୪ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଝାଡ଼ଖଣ୍ଡର ଟାଟାରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଭିଡିଓ କନଫରେନ୍ସରେ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନରେ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ । । ଟ୍ରାଏଲ ରନ୍ ବେଳେ ୧୩୦ କିଲୋମିଟର ବେଗରେ ଦୌଡିଥିଲା ବନ୍ଦେ ଭାରତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି। ଏହି ସମୟରେ ସେ ୬ଟି ନୂଆ ବନ୍ଦେ ଇଣ୍ଡିଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପୂର୍ବରୁ ତାଙ୍କର ଜାମସେଦପୁର ଗସ୍ତ ଥିଲା, ଯାହାକୁ ବାତିଲ କରାଯାଇଛି। ଏବେ ସେ ରାଞ୍ଚି ଏୟାରପୋର୍ଟରୁ ହିଁ ଅନଲାଇନରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରବଳ ବର୍ଷା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ଏହି ରୋଡ୍ ସୋ'କୁ ମଧ୍ୟ ବାତିଲ କରାଯାଇଥିଲା।

ନୂଆ ଟ୍ରେନ୍ ଗୁଡ଼ିକ ହେଲା ଟାଟାନଗର-ପାଟନା, ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା, ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା ଏବଂ ଗୟା-ହାୱଡ଼ା। ପ୍ରଥମ ବନ୍ଦେ ଇଣ୍ଡିଆ ଟ୍ରେନ୍ ୨୦୧୯ ଫେବ୍ରୁଆରି ୧୫ରେ ଆରମ୍ଭ ହୋଇଥିଲା । ଏହି ଟ୍ରେନଗୁଡିକ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିବାର କ୍ଷମତା ରଖିଛନ୍ତି ।