କନକ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କହିଲେ, କିଛି ଲୋକ ସଂସଦରେ ହଙ୍ଗାମା କରନ୍ତି । ଲୋକେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ସଂସଦକୁ ସୁଚାରୁ ରୂପେ ଚଲାଇବା ପାଇଁ ମୁଁ ବିରୋଧୀଙ୍କୁ ସବୁବେଳେ ଅନୁରୋଧ କରିଆସିଛି । କିଛି ବିରୋଧୀ ଦଳ ନେତା ସଂସଦରେ ଶାନ୍ତିର ସହ କାମ କରୁଥିବା ବେଳେ ଆଉ କିଛି ନେତା ଗୃହକାର୍ଯ୍ୟକୁ ଖରାପ କନ୍ତି । ନିଜର ସାଥୀ ସହଯୋଗୀଙ୍କ ଭାବନାକୁ ଅନାଦର କରିଥାନ୍ତି । ସବୁ ଦଳରେ ନୂଆ ନୂଆ ସାଥୀ ଯୋଡି ହୋଇଛନ୍ତି । ଦେଶକୁ ଆଗକୁ ନେବା ପାଇଁ ସମସ୍ତଙ୍କର ନୂଆ ନୂଆ ଚିନ୍ତାଧାରା ରହିଛି ।
ତେଣୁ ବର୍ତ୍ତମାନ ସମୟ ଆସିଛି, ବିତିଯାଇଥିବା ସମୟକୁ ମନେ ପକାଇ ଅନୁତାପ କରିବା ସହ ବିଗତ ଦିନରେ କରିଥିବା ଭୁଲକୁ ସୁଧାରିବାର । ଯେପରି ଆଗାମୀ ପୀଢି ଏଥିରୁ ପ୍ରେରଣା ପାଇବେ । ମୁଁ ଆଶା କରୁଛି ଏହି ଅଧିବେଶନରେ ଦାବି ଉଠାଇବା ପାଇଁ ନୂଆ ସାଂସଦଙ୍କୁ ସୁଯୋଗ ମିଳିବ । ଏବଂ ନୂଆ ବିଚାରକୁ ସ୍ୱାଗତ କରାଯିବ ।