କନକ ବ୍ୟୁରୋ : ଅପରେସନ ସିନ୍ଦୂର ପ୍ରସଙ୍ଗରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ବିସ୍ତାର ଭାବେ ଆଲୋଚନା କରାଯାଇଛି । ଏଥିସହ ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ମାମଲାରେ କୌଣସି ତୃତୀୟପକ୍ଷର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ । 

Advertisment

ମୋଦୀ-ଟ୍ରମ୍ପଙ୍କ ‘୩୫ ମିନିଟ୍‌’ର ଆଲୋଚନା

  • ଏଣିକି ଆତଙ୍କବାଦ ଆକ୍ରମଣକୁ ଯୁଦ୍ଧ ଭାବେ ବିଚାର କରିବ ଭାରତ
  • ପାକିସ୍ତାନର ପ୍ରତ୍ୟେକ ଗୁଳିର ଜବାବ ଗୋଳାରେ ଦିଆଯିବ
  • ଭାରତ-ପାକିସ୍ତାନ ଯୁଦ୍ଧ ବିରାମରେ ଆମେରିକାର କୌଣସି ଭୂମିକା ନାହିଁ
  • ଆଭ୍ୟନ୍ତରୀଣ ମାମଲାରେ ଭାରତ ମଧ୍ୟସ୍ଥତା ଆବଶ୍ୟକ କରୁନି
  • ଯୁଦ୍ଧ ବିରାମ ଓ ବାଣିଜ୍ୟ ଚୁକ୍ତି ଖବରକୁ ମୋଦୀଙ୍କ ଖଣ୍ଡନ
  • ଆତଙ୍କବାଦୀ ବିରୋଧୀ ଲଢ଼େଇରେ ବିଶ୍ବକୁ ଏକଜୁଟ ହେବା ଜରୁରୀ
  • ‘ଅପରେସନ୍‌ ସିନ୍ଦୂର’ ଜାରି ରହିଛି 
  • ଆମେରିକା ଆସିବାକୁ ଟ୍ରମ୍ପଙ୍କ ନିମନ୍ତ୍ରଣ ଗ୍ରହଣ କଲେନି ପ୍ରଧାନମନ୍ତ୍ରୀ ମୋଦୀ
  • କାନାଡାରୁ ଆମେରିକା ଆସିବାକୁ ଟ୍ରମ୍ପ କରିଥିଲେ ନିମନ୍ତ୍ରଣ
  • ଭାରତ ଆସିବା ନିମନ୍ତ୍ରଣକୁ ଟ୍ରମ୍ପଙ୍କ ସ୍ବାଗତ
  • ଟ୍ରମ୍ପ କହିଲେ ଭାରତ ଆସିବାକୁ ସେ ଆଗ୍ରହୀ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଆମେରିକା ମଧ୍ୟସ୍ଥତା କରୁଥିବା ବାରମ୍ବାର ଦାବି କରିସାରିଛନ୍ତି ଡୋନାଲ୍ଟ ଟ୍ରମ୍ପ । ତେବେ ଏହାକୁ ଭାରତର ପ୍ରତ୍ୟାଖାନ କରି ଆସୁଥିବାବେଳେ ବର୍ତ୍ତମାନ ମୋଦୀଙ୍କ ସିଧା ବାର୍ତ୍ତା ସବୁ ଦ୍ବନ୍ଦ୍ବକୁ ଦୂର କରିଥିବା କୁହାଯାଇପାରେ ।

୨୨ଏପ୍ରିଲ ପହଲଗାମ ଘଟଣା ପରେ ଏହା ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ  ପ୍ରଥମ ସିଧା ଆଲୋଚନା ଥିଲା । ପୂର୍ବରୁ ଫୋନ କରି ଭାରତକୁ ସମବେଦନା ଜଣାଇବାକୁ ଫୋନ କରିଥିଲେ ଆମେରିକା ରାଷ୍ଟ୍ରପତି । ତେବେ ଏହି ସିଧାବାର୍ତ୍ତାରୁ ଗୋଟିଏ କଥା ସ୍ପଷ୍ଟ କରିଛି ଯେ ଯୁଦ୍ଧ ବିରାମକୁ ନେଇ ଟ୍ରମ୍ପଙ୍କ ଦାବିରେ କୌଣସି ସତ୍ୟତା ନଥିଲା ।