କନକ ବ୍ୟୁରୋ : ତିନି ଦିନିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ୬ ମାସର କାର୍ଯ୍ୟ ଉପରେ ରିପୋର୍ଟ ନେବା ସହ ସାଂସଦ ଓ ବିଧାୟକମାନଙ୍କ ଠାରୁ କାମର ରିପୋର୍ଟ ନେଇଥିଲେ । ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଦଳର ରଣନୀତି କିଭଳି ରହିବ ସେନେଇ ଉପସ୍ଥିତ ନେତାମାନଙ୍କୁ ମୋଦୀ ମନ୍ତ୍ର ଫୁଙ୍କିଥିବା କଥା ଆଲୋଚନା ହୋଇଛି । ଦୀର୍ଘ ୨ ଘଣ୍ଟା ଧରି ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଚାଲିଥିଲା । ରାଜନୈତିକ ଆଲୋଚନା ସହ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା ସୂଚନା ରହିଛି ।
ବିଜେପି କାର୍ଯ୍ୟାଳୟରେ ସରିଲା ପ୍ରଧାନମନ୍ତ୍ରୀଙ୍କ ବୈଠକ । ରାଜଭବନ ଅଭିମୁଖେ ମୋଦୀ, ରାଜଭବନରେ କରିବେ ରାତ୍ରୀଯାପନ
ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଦଳର ରଣନୀତି କିଭଳି ରହିବ ସେନେଇ ଉପସ୍ଥିତ ନେତାମାନଙ୍କୁ ମୋଦୀ ମନ୍ତ୍ର ଫୁଙ୍କିଥିବା କଥା ଆଲୋଚନା ହୋଇଛି । ଦୀର୍ଘ ୨ ଘଣ୍ଟା ଧରି ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଚାଲିଥିଲା । ରାଜନୈତିକ ଆଲୋଚନା ସହ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା ସୂଚନା ରହିଛି ।