କନକ ବ୍ୟୁରୋ: ଆଜିଠୁ ଯୁକ୍ତ ୨ ଉତ୍ତରଖାତା ରିଚେକିଂ ଆବେଦନ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ପୁନଃ ଯାଞ୍ଚ ବା ରିଚେକିଂ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ଉତ୍ତରଖାତା ପାଇବାକୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଜୁନ୍ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଖାତା ପ୍ରଦାନ କରାଯିବ । ଜୁନ୍ ମାସରୁ ଯୁକ୍ତ ୨ ଖାତା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହେଉଛି । ଜୁଲାଇ ୧୫ ସୁଦ୍ଧା ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ସହ ଯୁକ୍ତ ୨ ପୁନଃ ମୂଲ୍ୟାୟନ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।
ଗତ ମେ ୨୧ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍ ହୋଇଥିଲେ । ୧୪୨୫୧୨ ଛାତ୍ର ପାସ୍ ହୋଇଥିବା ବେଳେ ୧୭୬୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏଥର ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ ଓ କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, କମର୍ସରେ ପାସ୍ ହାର ୮୩.୦୨ ପ୍ରତିଶତ ରହିଛି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୦.୫୭ ପ୍ରତିଶତ ରହିଛି । ଯେଉଁ ଛାତ୍ରଛାତ୍ରୀଙ୍କ ମାର୍କକୁ ନେଇ ଦ୍ୱନ୍ଦ୍ୱ ରହିଛି ସେମାନେ ପୁନଃ ପରୀକ୍ଷା ଖାତା ଯାଞ୍ଚ ପାଇଁ ଆବେଦନ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/30/NUFmNS2CzAWJNl9XhnXQ.jpg)