ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ,  ଏଥର ପାସ୍‌ ହାର  ୮୨.୭୭ ପ୍ରତିଶତ

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ ପ୍ରକାଶିତ । ଏହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

plus two results

କନକ ବ୍ୟୁରୋ:  ଛାତ୍ରଛାତ୍ରୀଙ୍କ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ ପ୍ରକାଶିତ । ଏହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍‌ ହୋଇଛନ୍ତି । ୧୪୨୫୧୨ ଛାତ୍ର ପାସ୍‌ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍‌ କରିଛନ୍ତି । ଏଥର ପାସ୍‌ ହାର  ୮୨.୭୭ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍‌ ହାର ୮୭.୪୯ ପ୍ରତିଶତ ଓ କଳାରେ ପାସ୍‌ ହାର ୮୦.୫୧ ପ୍ରତିଶତ, କମର୍ସରେ ପାସ୍‌ ହାର ୮୩.୦୨ ପ୍ରତିଶତ ରହିଛି ।  ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୦.୫୭ ପ୍ରତିଶତ ରହିଛି । ପରୀକ୍ଷାଫଳ ଜାଣିବାକୁ  results.digilocker.gov.in ଚେକ୍‌ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍‌ ହାର ରହିଛି । ବରଗଡ଼ ଜିଲ୍ଲାରେ ପାସ୍‌ ହାର ୮୭.୬୦ ପ୍ରତିଶତ ରହିଛି । ନବରଙ୍ଗପୁରରେ ସର୍ବନିମ୍ନ ପାସ୍‌ ହାର ରହିଛି । ଏଠାରେ ପାସ୍ ହାର ୬୮.୧୩ ପ୍ରତିଶତ ରହିଛି ।

ଏଥର ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୯୬୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୯୯ ହଜାର ୭୨୪ ଜଣ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ନୟାଗଡ଼ରେ ସର୍ବାଧିକ ବିଜ୍ଞାନ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଏଠାରେ ବିଜ୍ଞାନ ପାସ୍‌ ହାର ୯୭.୫୮ ପ୍ରତିଶତ ରହିଛି । ବୌଦ୍ଧରେ ସବୁଠାରୁ କମ ସଂଖ୍ୟକ ବିଜ୍ଞାନ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଏଠାରେ ପାସ୍‌ ହାର ୭୧.୮୫ ପ୍ରତିଶତ ରହିଛି । 

ସେହିଭଳି ବାଣିଜ୍ୟରେ ଏଥର ୨୫ ହଜାର ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୩,୩୦୮ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଏଥର କମର୍ସରେ ପାସ୍‌ ହାର ୮୩.୨୦ ପ୍ରତିଶତ ରହିଛି । ବାଣିଜ୍ୟରେ ବି ନୟାଗଡ଼ରେ ସର୍ବାଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଏଥର ଜିଲ୍ଲାର କମର୍ସ ପାସ୍‌ହାର ୯୩.୭୧ ପ୍ରତିଶତ ରହିଛି । ବଲାଙ୍ଗୀରରେ ସର୍ବନିମ୍ନ ଉତ୍ତୀର୍ଣ୍ଣ ହାର ରହିଛି । ଏଠାରେ ପାସ୍‌ ହାର ୬୯.୧୯ ରହିଛି । 

ସେହିଭଳି କଳାରେ ଏଥର ୨ ଲକ୍ଷ ୪୩ ହଜାର ୬୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୬ ହଜାର ୧୭୧ ଜଣ ପାସ୍‌  କରିଛନ୍ତି । କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୮୭.୬୦ ପ୍ରତିଶତ ରହିଛି । ନବରଙ୍ଗପୁରରେ ସର୍ବନିମ୍ନ ପାସ୍‌ ହାର ୬୮.୧୩ ପ୍ରତିଶତ ରହିଛି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe