କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ ପ୍ରକାଶିତ । ଏହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍ ହୋଇଛନ୍ତି । ୧୪୨୫୧୨ ଛାତ୍ର ପାସ୍ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏଥର ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ ଓ କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, କମର୍ସରେ ପାସ୍ ହାର ୮୩.୦୨ ପ୍ରତିଶତ ରହିଛି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୦.୫୭ ପ୍ରତିଶତ ରହିଛି । ପରୀକ୍ଷାଫଳ ଜାଣିବାକୁ results.digilocker.gov.inଚେକ୍ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ରହିଛି । ବରଗଡ଼ ଜିଲ୍ଲାରେ ପାସ୍ ହାର ୮୭.୬୦ ପ୍ରତିଶତ ରହିଛି । ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ରହିଛି । ଏଠାରେ ପାସ୍ ହାର ୬୮.୧୩ ପ୍ରତିଶତ ରହିଛି ।
#ପ୍ରକାଶ_ପାଇଲା_ଯୁକ୍ତ_ଦୁଇ_ପରୀକ୍ଷା_ଫଳ
— Kanak News (@kanak_news) May 21, 2025
ମୋଟ୍ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ପାସ୍ ହାର ୮୨.୭୭ ପ୍ରତିଶତ
ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ପାସ୍#PlusTwoResult#Odisha#KanakNewspic.twitter.com/jZptP8rV3z
ଏଥର ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୯୬୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୯୯ ହଜାର ୭୨୪ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ନୟାଗଡ଼ରେ ସର୍ବାଧିକ ବିଜ୍ଞାନ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଠାରେ ବିଜ୍ଞାନ ପାସ୍ ହାର ୯୭.୫୮ ପ୍ରତିଶତ ରହିଛି । ବୌଦ୍ଧରେ ସବୁଠାରୁ କମ ସଂଖ୍ୟକ ବିଜ୍ଞାନ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଠାରେ ପାସ୍ ହାର ୭୧.୮୫ ପ୍ରତିଶତ ରହିଛି ।
ସେହିଭଳି ବାଣିଜ୍ୟରେ ଏଥର ୨୫ ହଜାର ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୩,୩୦୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥର କମର୍ସରେ ପାସ୍ ହାର ୮୩.୨୦ ପ୍ରତିଶତ ରହିଛି । ବାଣିଜ୍ୟରେ ବି ନୟାଗଡ଼ରେ ସର୍ବାଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥର ଜିଲ୍ଲାର କମର୍ସ ପାସ୍ହାର ୯୩.୭୧ ପ୍ରତିଶତ ରହିଛି । ବଲାଙ୍ଗୀରରେ ସର୍ବନିମ୍ନ ଉତ୍ତୀର୍ଣ୍ଣ ହାର ରହିଛି । ଏଠାରେ ପାସ୍ ହାର ୬୯.୧୯ ରହିଛି ।
ସେହିଭଳି କଳାରେ ଏଥର ୨ ଲକ୍ଷ ୪୩ ହଜାର ୬୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୬ ହଜାର ୧୭୧ ଜଣ ପାସ୍ କରିଛନ୍ତି । କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୮୭.୬୦ ପ୍ରତିଶତ ରହିଛି । ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ୬୮.୧୩ ପ୍ରତିଶତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/21/htBLCZ2w6icjB25kLmTC.jpg)