କନକ ବ୍ୟୁରୋ : ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ଲଟ୍‌ ବୁକିଂ ପ୍ରକ୍ରିୟା । ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହାଇବ୍ରିଡ୍‌ ମୋଡ୍‌ରେ ପ୍ଲଟ୍‌ ବିକ୍ରି କରାଯିବ । ଏଥିପାଇଁ ବାରବାଟୀ ଷ୍ଟାଡିୟମ ନିକଟ ବାରବାଟୀ ପ୍ୟାଲେସରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନକାରୀ ପ୍ଲଟ୍ ପାଇଁ ଆବେଦନ କରିପାରିବେ ।

Advertisment

ପ୍ଲଟ୍ ବୁକିଂ ଲାଗି ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଥିବା ବେଳେ ବାରବାଟୀ ପ୍ୟାଲେସରେ ପ୍ରଥମ ଦିନରୁ ହିଁ ବ୍ୟବସାୟୀଙ୍କ ଗହଳି ଦେଖିବାକୁ ମିଳିଛି । ଚଳିତବର୍ଷ ତଳ ପଡ଼ିଆରେ ମୋଟ ୧ ହଜାର ୬୭୦ ପ୍ଲଟ୍‌ ନିଲାମ ପ୍ରକ୍ରିୟାକୁ ଅଣାଯାଇଛି । ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ୮୦ ବର୍ଗଫୁଟ୍‌ ପର୍ଯ୍ୟନ୍ତ ଜାଗା ୧୫ ଶହ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର ହୋଇଛି ।‌ ବାଲିଯାତ୍ରା ପ୍ଲଟ୍‌ ନିଲାମ ପ୍ରକ୍ରିୟାରେ ଅନେକ ସମୟରେ କଳାବଜାରୀ ହେବା ନଜିର ରହିଛି । ଚଳିତବର୍ଷ ପ୍ରଶାସନ କିଭଳି ଏହା ଉପରେ ନଜର ରଖୁଛନ୍ତି ତାହା ଦେଖିବାର କଥା ।