କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଚଳିତ ବର୍ଷ ପିଏଲଜିଏ ସପ୍ତାହକୁ ନେଇ ଓଡିଶାର ମାଓ ପ୍ରବଣ ଅଞ୍ଚଳରେ ସେଭଳି କିଛି ବ୍ୟାନର ପୋଷ୍ଟର ଦେଖିବାକୁ ମିଳିନାହିଁ । ତେବେ ସୀମା ଆରପଟୁ ମାଓ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିବୃତି ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଛି । କାରଣ ଓଡିଶା ଛତିଶଗଡ ସୀମା ଏକ ପ୍ରକାର ମୁକୁଳା ପଡିଥିବାରୁ ଆଗକୁ ଓଡିଶା ପ୍ରତି ବିପଦ ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । 

Advertisment
  • ମାଓବାଦୀଙ୍କ ପିଏଲଜିଏ ସପ୍ତାହ
  • ଛତିଶଗଡ ମାଓବାଦୀଙ୍କ ପ୍ରେସ ବିବୃତ୍ତି ବଢାଇଲା ଚିନ୍ତା

ପଡୋଶୀ ଛତିଶଗଡ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ପକ୍ଷରୁ ଜାରି ହୋଇଛି ପ୍ରେସ ବିବୃତି । ଆଉ ଏହି ବିବୃତି ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଦେଇଛି । ଏଥିରେ ୨୪ତମ ପିଏଲଜିଏ ସପ୍ତାହକୁ ମାଓ ସଙ୍ଗଠନ ପାଳନ କରିବାକୁ ଆହ୍ୱାନ ଦେଇଥିବା ବେଳେ ଛତିଶଗଡରେ ଜାରି ଅପରେଶନ କଗାର କୁ ବିରୋଧ କରାଯାଇଛି । ଡିସେମ୍ୱର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ ସଙ୍ଗଠନ । ପିପୁଲ୍ସ ଲିବେରେଶନ୍ ଗୋରିଲା ଆର୍ମୀକୁ ମଜବୁତ କରିବା ଲାଗି ହିଂସାକାଣ୍ଡ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରଥିଲେ ମାଓବାଦୀ । ଏବେ ଓଡିଶାରେ ମାଓ ସମସ୍ୟା ପ୍ରାୟତଃ ଏହାକୁ ନେଇ ସେଭଳି କିଛି ହଲଚଲ ନାହିଁ । କିନ୍ତୁ ଛତିଶଗଡ ନକ୍ସଲ ସଙ୍ଗଠନର ପ୍ରେସ ବିବୃତି ସୁରକ୍ଷା କର୍ମୀଙ୍କ ନିଦ ହଜାଇଦେଇଛି।

  • ଚିନ୍ତା ବଢାଉଛି ପଡୋଶୀ ମାଓବାଦୀଙ୍କ ଅନୁପ୍ରବେଶ  
  • ବୁମେରାଂ ହେଲା କି ବିଏସଏଫ ପ୍ରତ୍ୟାହାର? 

ମାଲକାନଗିରିର ଭୌଗଳିକ ସ୍ଥିତିକୁ ଦେଖିଲେ ଛତିଶଗଡ,ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ରହିଛି ମାଲକାନଗିରି ସୀମା । କେବଳ ଛତିଶଗଡ ସୀମାର ଲମ୍ବ ଶହେ କିଲୋମିଟରରୁ ଅଧିକ । ତେବେ ମାଲକାନଗିରି ଜିଲ୍ଲାରେ ମାଓ ଗତିବିଧି କମୁଥିବା ଦର୍ଶାଇ ନିକଟରେ ଗୋଟିଏ ବାଟାଲିୟନ ବିଏସଏଫ ଯବାନ ପ୍ରତ୍ୟାହାର କରାଯାଇଛି । ଏମଭି 79, ଏମଭି 82 ଓ ଏମଭି 88 ବିଏସଏଫ କ୍ୟାମ୍ପ ପ୍ରତ୍ୟାହାର ପରେ ଏବେ ସାବେରୀ ନଇ ପାର ହୋଇ ପଡିଆ ଓ ମୋଟୁ ସୀମା ଦେଇ ମାଓବାଦୀ ମାନେ ଓଡିଶା ଅନୁପ୍ରବେଶ କରୁଥିବା ଗତ ନଭେମ୍ବର ୨୧ ଜିନେଲଗୁଡା ଏନକାଉଣ୍ଟର ଘଟଣାରୁ ସ୍ପଷ୍ଟ ହୋଇଛି ।

ସେପଟେ ସାବେରି ନଇ ଆରପଟେ ଛତିଶଗଡ ରେ କୋଣ୍ଟା ଠାରୁ ଆରମ୍ଭ କରି ଦରଭା ଯାଏଁ ୧୦ରୁ ଅଧିକ ସିଆରପିଏଫ କ୍ୟାମ୍ପ ରହିଛି । ସୂଚନା ଅନୁସାରେ, ଓଡିଶାର କୋହଳ ବ୍ୟବସ୍ଥା ଯୋଗୁ ଗଜରାଲା ରବି ଓରଫ ଉଦୟ ପରି ଟପ୍ ମାଓ ନେତା ଦଳ ବଳ ନେଇ ଏବେ ଓଡିଶା ମୁହାଁ ହୋଇଛି  ।