ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ ; ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ

ଅନଲାଇନ୍‌ରେ ଅନ୍ନପ୍ରସାଦ ମିଳିବା ନେଇ ଫୁଡ୍ ଡେଲିଭରୀ ଆପ୍‌ରେ ବିଜ୍ଞାପନ। ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢ଼ା, ମା’ ତାରେଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ଉପଲବ୍ଧ ବୋଲି କୁହାଯାଇଛି ।

36

କନକ ବ୍ୟୁରୋ : ପୁଣି କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ । ଅନଲାଇନ୍‌ରେ ଅନ୍ନପ୍ରସାଦ ମିଳିବା ନେଇ ଫୁଡ୍ ଡେଲିଭରୀ ଆପ୍‌ରେ ବିଜ୍ଞାପନ। ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢ଼ା, ମା’ ତାରେଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ଉପଲବ୍ଧ ବୋଲି କୁହାଯାଇଛି । ମହାଧାର୍ମିକ କାର୍ତ୍ତିକ ମାସ ସାରା ମାତ୍ର ୪୯ ଟଙ୍କାରେ ଏହି ସୁବିଧା ଏହି ଆପ୍‌ରେ ମିଳିପାରିବ ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ତେବେ ୪୯ ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି ଚାରୋଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ଅବଢା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକେଇର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇଛି ।

ପୂର୍ବରୁ ମଧ୍ୟ ଅନଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  । ସେ କହିଥିଲେ , ପୁରୀ ଆସି ମହାପ୍ରସାଦ ପାଇ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ । ମହାପ୍ରସାଦକୁ ଅନଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ  । ମହାପ୍ରସାଦର ଅନଲାଇନ ବିତରଣ ହେଉନାହିଁ । ଅନଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜିନାହାନ୍ତି । ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନରେ ବିକ୍ରି କରନ୍ତୁ ନାହିଁ ’। ଶ୍ରଦ୍ଧାଳୁ ସମୁଦାୟଙ୍କୁ ଏଭଳି ଅପିଲ କରିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe