ସରୁନି ଖେଳ ପଡିଆ ; ନିରାଶ କ୍ରୀଡା ପ୍ରତିଭା

କେବେ ସରିବ ଖେଳ ପଡ଼ିଆ କାମ ।  ସ୍କୁଲ ଖେଳ ପଡ଼ିଆର ବିକାଶ ନେଇ ଯୋଜନାକୁ ପୂରିଲାଣି ୨ ବର୍ଷ । ସରିନି କାମ, ଅଭ୍ୟାସ କରିପାରୁନାହାନ୍ତି କ୍ରୀଡ଼ା ପ୍ରତିଭା। ରାଜଧାନୀର ୧୮ଟି ସ୍କୁଲ ଖେଳ ପଡ଼ିଆର ଏକା ଅବସ୍ଥା ।

playground

playground Photograph: (kanakNews)

କନକ ବ୍ୟୁରୋ: କେବେ ସରିବ ଖେଳ ପଡ଼ିଆ କାମ? ସ୍କୁଲ ଖେଳ ପଡ଼ିଆର ବିକାଶ ପାଇଁ ପ୍ରକଳ୍ପ ପରିକଳ୍ପନାର ପ୍ରାୟ ୨ ବର୍ଷ ହୋଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହେବା ତ ଦୂରର କଥା, ଅଧା କାମ ମଧ୍ୟ ହୋଇନାହିଁ। ରାଜଧାନୀ ଭୁବନେଶ୍ୱରରେ ୧୮ଟି ସ୍କୁଲ ଖେଳ ପଡ଼ିଆର ଏମିତି ଅବସ୍ଥା ଯୋଗୁ ପିଲା  ଖେଳି ପାରୁନାହାନ୍ତି ।

ଏହା ଭୁବନେଶ୍ୱର ୟୁନିଟ-୨ ମହିଳା ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆର ଦୃଶ୍ୟ । ପ୍ରାୟ ଦୁଇ ବର୍ଷ ହେଲା ଡିପିଆର ପ୍ରସ୍ତୁତ ହୋଇ କାମ ଆରମ୍ଭ ହୋ ଇଛି, କିନ୍ତୁ ସଂପୂର୍ଣ୍ଣ ହେବା ତ ଦୂରର କଥା, ଅଧା କାମ ମଧ୍ୟ  ହୋଇନାହିଁ। ବିକାଶ ପାଇଁ ଏହିଭଳି ରାଜଧାନୀର ୧୮ଟି ସ୍କୁଲ ଖେଳ ପଡ଼ିଆକୁ ଚିହ୍ନଟ କରାଯାଇଥିଲା । ହେଲେ କିଛି ପଡ଼ିଆକୁ ଛାଡ଼ି ଦେଲେ ପ୍ରାୟ ସବୁର ଅବସ୍ଥା ଏମିତି । ମାଟି ପକାଯାଇଛି, ତା’ରି ଉପରେ ପିଲା ଖେଳୁଛନ୍ତି । ପଡ଼ିଆ କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ପିଲା ଠିକ୍ ଭାବେ ଅଭ୍ୟାସ କରିପାରୁନାହାନ୍ତି।

ଉନ୍ନତମାନର ସ୍କୁଲ ଖେଳ ପଡ଼ିଆ ପାଇଁ ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି ବା ବିଡିଏ ତରଫରୁ ଏହି ସ୍କୁଲଗୁଡ଼ିକୁ ଚିହ୍ନଟ କରି କାମ ଜୋରସୋରରେ ଆରମ୍ଭ ହୋଇଥିଲା। ହେଲେ କିଛିଦିନ ହେଲା କାମ ତ୍ୱରାନ୍ୱିତ ହେଉନାହିଁ। ଏସବୁ ପଡ଼ିଆରେ ପୂର୍ବରୁ  ଅଭ୍ୟାସ କରୁଥିବା ବିଭିନ୍ନ କ୍ଲବ୍ ପିଲା ଅନ୍ୟ ପଡ଼ିଆରେ ଅଭ୍ୟାସ  କରୁଛନ୍ତି । ରାଜ୍ୟସ୍ତରରେ ଖେଳୁଥିବା ପିଲାଙ୍କ ପ୍ରଦର୍ଶନ ପ୍ରଭାବିତ ହେଉଛି। କେବେ ସରିବ କାମ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ କହିପାରୁନାହାନ୍ତି କାମ କରୁଥିବା ଅଧିକାରୀ। ଆଉ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ଖେଳୁଥିବା ପିଲାଙ୍କ ଭବିଷ୍ୟତ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe