କନକ ବ୍ୟୁରୋ : କଟକ ବାରବାଟୀରେ ପହଞ୍ଚିଲେ ଖେଳାଳି । ଭାରତ ଓ ଇଂଲଣ୍ଡ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସ୍ ରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଦିନ ସାଢେ ଗୋଟାଏ ରେ ଖୋଳାଯିବ ମ୍ୟାଚ । ଆଜି ସୁପର୍ ସଣ୍ଡେରେ ହେବ ସୁପରସୋ ମୁକାବିଲା । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି।
ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି। ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍କୁ ଭେଟିଥିଲା ।
ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲି ଫେରିବା ଏକପ୍ରକାର ନିଶ୍ଚିତ ଥିବାରୁ ଭାରତୀୟ ଏକାଦଶରେ କିଛିଟା ଅଦଳ ବଦଳ ହେବ। ମ୍ୟାଚ୍ର ପୂର୍ବଦିନ ଆହତ ବ୍ୟାଟର୍ କୋହଲି ଫିଟ୍ ଘୋଷିତ ହେବା ମଧ୍ୟ କ୍ରିକେଟ୍ପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ଭାରତୀୟ ଦଳର ଅଭ୍ୟାସ ବେଳେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଆଗୁଆ ସେମାନେ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/09/SDDJCcIHNUN54kKIPUkj.jpg)