କନକ ବ୍ୟୁରୋ : ଖବର ବାଜିଲା ଖେଳାଳିଙ୍କୁ ସୁଯୋଗ ମିଳିଲା । ଗତକାଲି କନକ ନ୍ୟୁଜ କ୍ୟାମେରା ସାମ୍ନାରେ କହିଥିଲେ କି ଷ୍ଟେଟ ମିଟ୍‌ରୁ ବିଘ୍ନେଶାଙ୍କ ନାଁ କଟିଥିଲା ।  ମନ୍ତ୍ରୀଙ୍କୁ ସୋମବାର କିଛି ଅଭିଭାବକ ଭେଟି ଅଣ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ଦିଆଯିବା ନେଇ ଅଭିଯୋଗ କରିଥିଲେ, ପରେ ମଙ୍ଗଳବାର ବିଘ୍ନେଶାଙ୍କ ମାଆଙ୍କ ପାଖକୁ ଫୋନ ଆଶିଥିଲା କି ତାଙ୍କ ନାଁ, ଜୟପୁରରେ ଆଯୋଜିତ ଷ୍ଟେଟ ମିଟ୍‌ରୁ କଟି ଯାଇଚି, ଷ୍ଟେଟମିଟରୁ  ବିଘ୍ନେଶାଙ୍କ  ନାଁ କଟିଯିବା ପରେ ତାଙ୍କ ମା ଅଭିଯୋଗ ଆଣି ଆଜି ପୁଣି କ୍ରୀଡାମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ। ନାଁ କଟାଯାଇଥିବା ନେଇ ଆମେ ଗତକାଲି ଖବର ପ୍ରସାରଣ କରିଥିଲୁ । ତେବେ  ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରୀଡା ବିଭାଗର ହସ୍ତକ୍ଷେପ ପରେ ତାଙ୍କୁ ଖେଲାଇବାକୁ ସୁଯୋଗ ମିଳିଛି ।