ମୂଲ ଲାଗୁଛନ୍ତି ଫୁଟ୍‌ବଲ୍‌ ଖେଳାଳି, ୧୯୯୮ରୁ ୨୦୧୨ ପର୍ଯ୍ୟନ୍ତ ଅନେକ ଜାତୀୟ ମ୍ୟାଚ ଖେଳିଥିଲେ ବି ମିଳିନି ସରକାରୀ ନିଯୁକ୍ତି..

Advertisment

ମୂଲ ଲାଗୁଛନ୍ତି ଫୁଟ୍‌ବଲ ଖେଳାଳି, ପର ଘରେ କାମ କରୁଛି ଆଉ ବିଡି ବାନ୍ଧୁଛନ୍ତି ମହିଳା ଖେଳାଳି ..

ମୂଲ ଲାଗୁଛନ୍ତି ଫୁଟ୍‌ବଲ ଖେଳାଳି, ପର ଘରେ କାମ କରୁଛି ଆଉ ବିଡି ବାନ୍ଧୁଛନ୍ତି ମହିଳା ଖେଳାଳି ..

ମୂଲ ଲାଗୁଛନ୍ତି ଫୁଟବଲ୍‌ ଖେଳାଳି

ମୂଲ ଲାଗୁଛନ୍ତି ଫୁଟବଲ୍‌ ଖେଳାଳି Photograph: (ମୂଲ ଲାଗୁଛନ୍ତି ଫୁଟବଲ୍‌ ଖେଳାଳି)

କନକ ବ୍ୟୁରୋ :  ମୂଲ ଲାଗୁଛନ୍ତି ଫୁଟ୍‌ବଲ୍‌ ଖେଳାଳି ।  ଖେଳାଳିଙ୍କ ଭାଗ୍ୟ ଆମ ରାଜ୍ୟରେ କିଛି ଏଭଳି । ଜଣେ ବିଡ଼ି ତିଆରି କରୁଛନ୍ତି ତ ଅନ୍ୟ ଜଣେ ପରଘରେ ପାଇଟି କରୁଛନ୍ତି । ଜାତୀୟ ସ୍ତରର ମ୍ୟାଚ ଖେଳି ଓଡିଶାକୁ ପ୍ରତିନିଧିତ୍ବ କରିଥିବା ଦୁଇ ଜାତୀୟ ଫୁଟ୍‌ବଲ ଖେଳାଳିଙ୍କୁ ନିଯୁକ୍ତି ଦେବାକୁ ଭୁଲିଯାଇଛନ୍ତି ସରକାର । ଆଉ ଏବେ ସେମାନଙ୍କ ଭାଗ୍ୟ କିଛି ଏଭଳି ହୋଇଯାଇଛି ।  ଏହି ଦୁଇ ଖେଳାଳି ହେଉଛନ୍ତି ସମ୍ବଲପୁରର ମୀନା ମୁଣ୍ଡା ଓ ଦୀପ୍ତି କିସାନ ।

ଦୁହେଁ ୧୯୯୮ରୁ ୨୦୧୨ ପର୍ଯ୍ୟନ୍ତ ଓଡିଶା ପାଇଁ ଫୁଟ୍‌ବଲ୍‌ ଖେଳୁଥିବାବେଳେ ଏବେ ମୂଲ ଲାଗି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ୧୯୯୮ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରାୟ ୧୪ ବର୍ଷ ଫୁଟ୍‌ବଲ୍‌  ପାଇଁ ଦିନ ରାତି ଏକ କରି ଦେଇଥିଲେ ଏହି ଦୁଇ ଖେଳାଳି । କୋଲକାତା, ମଣିପୁର, ପଞ୍ଜାବ, ହାଇଦ୍ରାବାଦ, ଶିଲଂ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଉରକେଲାରେ ଆୟୋଜିତ ୧୫ଟି ଜାତୀୟସ୍ତରୀୟ ମ୍ୟାଚ୍ ଖେଳିଛନ୍ତି ଏମାନେ। ହେଲେ ସରକାର ସେମାନଙ୍କ ଦକ୍ଷତା ବୁଝି ପାରିଲେ ନାହିଁ । ଯେଉଁମାନେ ଫୁଳମାଳ ପିନ୍ଧାଉଥିଲା ସେମାନେ ପରେ ନ ଚିହ୍ନିଲା ପରି ହେଲେ ।
   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe