କନକ ବ୍ୟୁରୋ :  ମୂଲ ଲାଗୁଛନ୍ତି ଫୁଟ୍‌ବଲ୍‌ ଖେଳାଳି ।  ଖେଳାଳିଙ୍କ ଭାଗ୍ୟ ଆମ ରାଜ୍ୟରେ କିଛି ଏଭଳି । ଜଣେ ବିଡ଼ି ତିଆରି କରୁଛନ୍ତି ତ ଅନ୍ୟ ଜଣେ ପରଘରେ ପାଇଟି କରୁଛନ୍ତି । ଜାତୀୟ ସ୍ତରର ମ୍ୟାଚ ଖେଳି ଓଡିଶାକୁ ପ୍ରତିନିଧିତ୍ବ କରିଥିବା ଦୁଇ ଜାତୀୟ ଫୁଟ୍‌ବଲ ଖେଳାଳିଙ୍କୁ ନିଯୁକ୍ତି ଦେବାକୁ ଭୁଲିଯାଇଛନ୍ତି ସରକାର । ଆଉ ଏବେ ସେମାନଙ୍କ ଭାଗ୍ୟ କିଛି ଏଭଳି ହୋଇଯାଇଛି ।  ଏହି ଦୁଇ ଖେଳାଳି ହେଉଛନ୍ତି ସମ୍ବଲପୁରର ମୀନା ମୁଣ୍ଡା ଓ ଦୀପ୍ତି କିସାନ ।

Advertisment

ଦୁହେଁ ୧୯୯୮ରୁ ୨୦୧୨ ପର୍ଯ୍ୟନ୍ତ ଓଡିଶା ପାଇଁ ଫୁଟ୍‌ବଲ୍‌ ଖେଳୁଥିବାବେଳେ ଏବେ ମୂଲ ଲାଗି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ୧୯୯୮ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରାୟ ୧୪ ବର୍ଷ ଫୁଟ୍‌ବଲ୍‌  ପାଇଁ ଦିନ ରାତି ଏକ କରି ଦେଇଥିଲେ ଏହି ଦୁଇ ଖେଳାଳି । କୋଲକାତା, ମଣିପୁର, ପଞ୍ଜାବ, ହାଇଦ୍ରାବାଦ, ଶିଲଂ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଉରକେଲାରେ ଆୟୋଜିତ ୧୫ଟି ଜାତୀୟସ୍ତରୀୟ ମ୍ୟାଚ୍ ଖେଳିଛନ୍ତି ଏମାନେ। ହେଲେ ସରକାର ସେମାନଙ୍କ ଦକ୍ଷତା ବୁଝି ପାରିଲେ ନାହିଁ । ଯେଉଁମାନେ ଫୁଳମାଳ ପିନ୍ଧାଉଥିଲା ସେମାନେ ପରେ ନ ଚିହ୍ନିଲା ପରି ହେଲେ ।