କନକ ବ୍ୟୁରୋ: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ଫାଇନାଲ ମ୍ୟାଚ ଦେଖିବାକୁ ଅସମ୍ଭାଳ ଭିଡ଼ । ଦୁଇ ନମ୍ୱର ଗେଟ ଭିତର ଦେଇ ଜୋର ଜବରଦସ୍ତି ପ୍ରବେଶ କଲେ ଦର୍ଶକ । ଯାହାକୁ ନେଇ ଦୁଇ ନମ୍ୱର ଗେଟ ପାଖରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଆଉ ସେହି ସମୟରେ ଦର୍ଶକ ଜୋର ଜବରଦସ୍ତ ଦୁଇ ନମ୍ୱର ଗେଟ ଦେଇ ପଶିବାକୁ ଉଦ୍ୟମ କରିବାରୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।
ହକି ମ୍ୟାଚ୍ ବେଳେ ଠେଲାପେଲା । ଫାଇନାଲ ମୁକାବିଲା ଦେଖିବାକୁ ପ୍ରବଳ ଭିଡ଼ ।
/kanak/media/media_files/2025/02/01/Wp0kfbMlacVtLXFWK2ig.jpg)