କନକ ବ୍ୟୁରୋ : ମଞ୍ଚସ୍ଥ ହେଲା ନାଟକ ଆହେ ନୀଳଶଇଳ। ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥ। ସେଇ କଳା ଠାକୁରଙ୍କୁ ନେଇ ପୁଣି ଥରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ଐତିହାସିକ ନାଟକ ଆହେ ନୀଳଶଇଳ । ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ପୁଣି ଥରେ ଆରମ୍ଭ ହୋଇଛି ଚକଲେଟ୍ ପ୍ରଡକସନ ପ୍ରଯୋଜିତ ନାଟକ ଆହେ ନୀଳଶଇଳ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଲିଖିତ ପ୍ରସିଦ୍ଧ ଉପନ୍ୟାସ ଆହେ ନୀଳଶଇଳର କଥାବସ୍ତୁ ଉପରେ ନାଟକ ପର୍ଯ୍ୟବେସିତ । ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ ରାୟ। ରାଜ୍ୟ ତଥା ରାଜ୍ୟ ବାହାରେ ଆହେ ନୀଳଶଇଳର ୨୮ଟି ସୋ ଅନୁଷ୍ଠିତ ହୋଇ ସାରିଥିଲେ ବି ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଅପରିବର୍ତ୍ତିତ ରହିଛି। ଅଗଷ୍ଟ ୧୭ରୁ ୨୦ ତାରିଖ ଯାଏଁ ୪ ଦିନ ଧରି ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଏହି ନାଟକ ।
ମଞ୍ଚସ୍ଥ ହେଲା ନାଟକ ଆହେ ନୀଳଶଇଳ, ନାଟକ ଦେଖିବାକୁ ପ୍ରବଳ ଭିଡ଼, ରବିନ୍ଦ୍ର ମଣ୍ଡପରେ ହାଉସଫୁଲ୍
ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ପୁଣି ଥରେ ଆରମ୍ଭ ହୋଇଛି ଚକଲେଟ୍ ପ୍ରଡକସନ ପ୍ରଯୋଜିତ ନାଟକ ଆହେ ନୀଳଶଇଳ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି
/kanak/media/media_files/2025/08/17/77-2025-08-17-23-08-57.jpg)