ପୁନଶ୍ଚ ପୃଥିବୀ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ । କୋଶଳ ନର୍ସିଂ କଲେଜରେ ବୃକ୍ଷରୋପଣ ।

ନକ୍ସାପାଲି ସ୍ଥିତ କୋଶଳ ନର୍ସିଂ କଲେଜରେ ପରିବେଶ ସୁରକ୍ଷା ପାଇଁ ସଚେତନତା ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଙ୍ଗଲ ଧ୍ୱଂସ ଯୋଗୁଁ ପୃଥିବୀର ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

tree

କନକ ବ୍ୟୁରୋ: ନକ୍ସାପାଲି ସ୍ଥିତ କୋଶଳ ନର୍ସିଂ କଲେଜରେ ପରିବେଶ ସୁରକ୍ଷା ପାଇଁ ସଚେତନତା ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଙ୍ଗଲ ଧ୍ୱଂସ ଯୋଗୁଁ ପୃଥିବୀର ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପୃଥିବୀ ଆଗରୁ ଯେମିତି ଥିଲା ସେମିତି ସ୍ଥିତିକୁ ଫେରାଇ ଆଣିବା ପାଇଁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ରହିଛି । 

ପୁନଶ୍ଚ ପୃଥିବୀ ପାଇଁ ବୃକ୍ଷରୋପଣ ସହିତ ଗଛଗୁଡିକୁ ବଞ୍ଚାଇବା ପାଇଁ ଏହାର ଯତ୍ନ ନେବାକୁ କଲେଜ ଅଧ୍ୟକ୍ଷ ଡ.ବସନ୍ତ କୁମାର ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଚ୍ଛ ପ୍ରକାଶ ପାଇଛି । ସଭାରେ ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସହିତ କାମ କରିବାକୁ ଉତ୍ସାହିତ କରିଥିଲେ । ଅଶୋକ ନାୟକଙ୍କ ସହିତ କଲେଜର ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe