କନକ ବ୍ୟୁରୋ: ନକ୍ସାପାଲି ସ୍ଥିତ କୋଶଳ ନର୍ସିଂ କଲେଜରେ ପରିବେଶ ସୁରକ୍ଷା ପାଇଁ ସଚେତନତା ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଙ୍ଗଲ ଧ୍ୱଂସ ଯୋଗୁଁ ପୃଥିବୀର ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପୃଥିବୀ ଆଗରୁ ଯେମିତି ଥିଲା ସେମିତି ସ୍ଥିତିକୁ ଫେରାଇ ଆଣିବା ପାଇଁ ବ୍ୟାପକ ବୃକ୍ଷରୋପଣ ଆବଶ୍ୟକତା ରହିଛି ।
ପୁନଶ୍ଚ ପୃଥିବୀ ପାଇଁ ବୃକ୍ଷରୋପଣ ସହିତ ଗଛଗୁଡିକୁ ବଞ୍ଚାଇବା ପାଇଁ ଏହାର ଯତ୍ନ ନେବାକୁ କଲେଜ ଅଧ୍ୟକ୍ଷ ଡ.ବସନ୍ତ କୁମାର ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଚ୍ଛ ପ୍ରକାଶ ପାଇଛି । ସଭାରେ ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସହିତ କାମ କରିବାକୁ ଉତ୍ସାହିତ କରିଥିଲେ । ଅଶୋକ ନାୟକଙ୍କ ସହିତ କଲେଜର ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/7U6K3zhVJ9M5xy4LRbTt.jpeg)