କନକ ବ୍ୟୁରୋ : ପରିବେଶ ସୁସ୍ଥ ରହିଲେ ଜୀବନ ସୁସ୍ଥ ରହିବ । ଏହାକୁ ଲକ୍ଷ୍ୟରେ ରଖି ମର୍ଦ୍ଦାବାଡି ଛାତ୍ର କମିଟି ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ ମର୍ଦ୍ଦାବାଡି ଗ୍ରାମ ଶିବ ମନ୍ଦିର ନିକଟରୁ ଏକ ସାଇକେଲ ଶୋଭାଯାତ୍ରା କରି କମିଟିର ସଦସ୍ୟମାନେ ଗାଁ ଗାଁ ବୁଲି ବୃକ୍ଷରୋପଣ କରିବା ସହ ବୃକ୍ଷରୋପଣର ଉପକାରିତା ବାବଦରେ ଲୋକଙ୍କୁ ସଚେତନ କରିଥିଲେ । 

Advertisment

ଏହି କାର୍ଯ୍ୟକ୍ରମର ନାଏବ ସରପଂଚ ରାଜକିଶୋର ଛୋଟରାୟ , ଶିକ୍ଷାଗୁରୁ ପ୍ରଶାନ୍ତ କୁମାର ରାଉତରାୟ, ବୋଲଗାଁ ଖଣ୍ଡ ସମନ୍ୱୟକାରୀ ବାମିଦେବ ଜେନା, ପ୍ରଧାନ ସମନ୍ୱୟକାରୀ ଚନ୍ଦନ ପଶ୍ଚିମ କବାଟ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ । 

କାର୍ଯ୍ୟକ୍ରମ ଶେଷରେ ଛାତ୍ରମାନେ ଉଲ୍ଲେଖନୀୟ ସ୍ଲୋଗାନମାନ ଦେଇଥିଲେ । ଏଥିରେ ସବୁଠାରୁ ଆକର୍ଷଣୀୟ ସ୍ଲୋଗାନ ଦେଇଥିବା ଛାତ୍ର ଲିପକ କୁମାର କହ୍ଲାସିଂଙ୍କୁ ପୁରସ୍କୃତ କରାଯାଇଥିଲା ।