କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ପୁନଶ୍ଚ ପୃଥିବୀ ଅଭିଯାନ-୨୦୨୫ ।  ଭୁବନେଶ୍ୱରରେ ତିନି ଦିନ ଧରି ଚାଲିବ ଜଳବାୟୁ ସଂପର୍କୀତ ଆଲୋଚନା  । ତେବେ ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପରିବେଶବିତ୍ ମେନକା ଗାନ୍ଧୀ । ସେ କହିଛନ୍ତି, ଜଣେ ବ୍ୟକ୍ତି ବର୍ଷକରେ ଅତିକମରେ ୭ଟି ଗଛ ଲଗାନ୍ତୁ । ଓଡ଼ିଶାରେ ସବୁଠାରୁ ଅଧିକ ଗୋରୁ ଚାଲାଣ ହେଉଛି । ଆମକୁ ଏହି ସବୁ ବେଆଇନ କାର୍ଯ୍ୟକୁ ରୋକିବାର ଅଛି । କୋଲକାତା, ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଛି । ସମ୍ୱାଦ ହିଁ ଏହି ପରିବେଶକୁ ବଞ୍ଚାଇପାରିବ । 

Advertisment

ମାନେକା ଗାନ୍ଧୀ କହିଛନ୍ତି, ମିଥେନ ଗ୍ୟାସ ସବୁଠାରୁ ବିପଦପୂର୍ଣ୍ଣ । ଯାହା ଆମ ପରିବେଶକୁ ନଷ୍ଟ କରୁଛି । ଅଙ୍ଗାରକାମ୍ଲଠାରୁ ୨୮ ଗୁଣା ଅଧିକ ମାରାତ୍ମକ ମିଥେନ୍ ଗ୍ୟାସ୍ । ଗାଈ, ଛେଳି, ଘୁଷୁରିଙ୍କଠାରୁ ନିର୍ଗତ ହେଉଛି ମିଥେନ୍ ଗ୍ୟାସ୍ । ରୋଗିଣା ପଶୁପକ୍ଷୀଙ୍କଠାରୁ ଅଧିକ ମିଥେନ୍ ଗ୍ୟାସ୍ ନିର୍ଗତ ହୁଏ । ଭାରତ, ଚାଇନା, ବ୍ରାଜିଲରେ ଅଧିକ ମିଥେନ୍ ଗ୍ୟାସ୍ ବାହାରେ । ୭୦ ପ୍ରତିଶତ ମିଥେନ୍ ଗ୍ୟାସ ଏହି ୩ ଦେଶରେ ବାହାରୁଛି । 

ପରିବେଶ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଆମ ହାଣ୍ଡିଶାଳ । ଶାକାହାରୀ ଖାଦ୍ୟ ହିଁ ସନ୍ତୁଳନ କରିବାରେ ପ୍ରମୁଖ ଭୂମିକା ନେଇଥାଏ । ମାଂସ ଓ କ୍ଷୀର ସମ୍ପୂର୍ଣ୍ଣ ବାରଣ କରିବା ଉଚିତ୍ । ସମ୍ୱାଦର ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମାନେକା ଗାନ୍ଧୀ । ସମସ୍ତ ଭାରତୀୟଙ୍କୁ ସଚେତନ କରିବା ଦାୟିତ୍ୱ ସମ୍ୱାଦର । କ୍ଷୀର, ମାଂସ ଆମ ଖାଦ୍ୟ ନୁହେଁ ଏହା ହଜମ ପ୍ରକ୍ରିୟାକୁ ଯୁର୍ଣ୍ଣ କରୁଛି । ପରିବା, ଶସ୍ୟ ଜାତୀୟ ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ । ଆପଣଙ୍କ ଜୀବନଶୈଳୀ କେମିତି ବଞ୍ଚିବେ, ନିଷ୍ପତ୍ତି ଆପଣଙ୍କର । ପରିବେଶ ଓ ଆଗାମୀ ପିଢ଼ିଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଆପଣଙ୍କର ବୋଲି ମାନେକା ଗାନ୍ଧୀ କହିଛନ୍ତି ।