କନକ ବ୍ୟୁରୋ: ପ୍ରତି ଜିଲ୍ଲାରେ ପ୍ଲାନେଟୋରିୟମ ହେବ ବୋଲି ତତକାଳୀନ ସରକାର କହିଥିଲେ । ଏହା ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି। କାରଣ ଯେଉଁଛି ପ୍ଲାନେଟୋରିୟମ ଅଛି ସେଠାରେ ଭିତ୍ତିଭୂମି ନାହିଁ । ସମ୍ବଲପୁର ପ୍ଲାନେଟୋରିୟମରେ ଟେଲିସ୍କୋପ ବି କାମ କରୁନି ।
୧୭୦ ବର୍ଷ ପରେ ଆକାଶରେ ଦେଖିବାକୁ ମିଳିଛି ବିରଳ ମହାଜାଗତିକ ଦୃଶ୍ୟ। ଗୋଟିଏ ସରଳରେଖାରେ ଅବସ୍ଥାନ କରିଛନ୍ତି ୬ଟି ଗ୍ରହ। ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ସମସ୍ତଙ୍କ ମନରେ ରହିଛି ଉତ୍କଣ୍ଠା। ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସହ ରାଜ୍ୟର ହାତଗଣତି ପ୍ଲାନେଟୋରିୟମକୁ ଛାଡ଼ିଦେଲେ ବାକି ସ୍ଥାନରେ ଭିତ୍ତିଭୂମିର ଅଭାବ ପରିଲିକ୍ଷିତ ହୋଇଛି। ସମ୍ବଲପୁର ବୁର୍ଲା ଅବଦୁଲ କାଲାମ ପ୍ଲାନେଟୋରିୟରେ ଟେଲିସ୍କୋପ ଚାଲୁନଥିବାରୁ ମହାଜାଗତିକ ଦୃଶ୍ୟ ଦେଖିବାକୁ ବଞ୍ଚିତ ହୋଇଛନ୍ତି ପର୍ଯ୍ୟଟକ।
ଖୋର୍ଦ୍ଧା ଜଟଣୀର ବ୍ୟବସାୟୀ କିଶୋର ପଟ୍ଟନାୟକ ଓ ଅଭିନାଶ ନିଜସ୍ବ ଉଦ୍ୟମରେ କିଣିଛନ୍ନତି ଅତ୍ୟାଧୁନିକ ଯନ୍ତ୍ରାଂଶ। ଉଭୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଗ୍ରହ, ନକ୍ଷତ୍ରର ଗତିବିଧି ଜଣାଇବା ସହ ଦେଖାଉଛନ୍ତି ମହାଜାଗତିକ ଦୃଶ୍ୟ। ସେହିପରି କୋରାପୁଟ ଜୟପୁରର ଆଷ୍ଟ୍ରୋ ଫଟୋଗ୍ରାଫର ମଳୟ ପାତ୍ର ମଧ୍ୟ ସମାନ ଢଙ୍ଗରେ ନିଜେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ବାଣ୍ଟୁଛନ୍ତି ତଥ୍ୟ। ପ୍ଲାନେଟୋରିୟମ ପ୍ରତିଷ୍ଠା ହୋଇପାରିଲେ ସ୍ଥାନୀୟ ଅଞ୍ଚଳବାସୀ ବେଶ ଉପକୃତ ହୋଇପାରନ୍ତେ ବୋଲି ମଳୟ ମତ ଦେଇଛନ୍ତି।
ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଖୋଲାଯିବ। ଏନେଇ ସରକାରୀ ସ୍ତରରେ ଯୋଜନା ହେବା ସହିତ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ। ତେବେ କେବେ ଏହି ଭିତ୍ତିଭୂମି ସମ୍ପୂର୍ଣ୍ଣ ହେବ ତାହା ଦେଖିବାକୁ ବାକି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)