କନକ ବ୍ୟୁରୋ : ଏକ ସ୍ପାଇସ୍ ଜେଟ୍ ବିମାନ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ବିମାନଟି କାଣ୍ଡଲାରୁ ମୁମ୍ୱାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପରେପରେ ଏହାର ଏକ ଟାୟାର ଖସି ପଡ଼ିଥିଲା। ସଙ୍ଗେସଙ୍ଗେ ପାଇଲଟ୍ ଜରୁରୀ ଘୋଷଣା କରିଥିଲେ। ତେବେ ବିମାନକୁ ସୁରକ୍ଷିତ ଭାବେ ପାଇଲଟ୍ ମମ୍ବାଇରେ ଅବତରଣ କରାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। କାଣ୍ଡଲା ବିମାନବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନର ଉଡ଼ାଣ ଆରମ୍ଭ ସମୟରେ ରନୱେରେ କିଛି କଳା ରଙ୍ଗର ବସ୍ତୁ ତଳକୁ ଖସି ପଡ଼ିଥିବା କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ଏହା ଏକ ବିମାନର ଟାୟାର ବୋଲି ଜଣାପଡ଼ିଥିଲା। ତେବେ ପାଇଲଟଙ୍କ ଯୋଗୁ ବିମାନଟି ଦୁର୍ଘଟଣାରୁ ବର୍ତ୍ତି ଯାଇଛି।
ା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us