କନକ ବ୍ୟୁରୋ : ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ। ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ ବେଳେ ବିମାନ ଚକାରୁ ଧୂଆଁ ବାହାରିଥିଲା। ଏହା ସହ ନିଆଁ ଝୁଲ ମଧ୍ୟ ବାହାରିଥିବା ଦେଖିବାକୁ ମିଳିଥିଲା। ସାଉଦି ଏୟାରଲାଇନ୍ସର ବିମାନ ଏସ୍-ଭି-୩୧୧୨ ୨୫୦ ଜଣ ହଜ୍ ଯାତ୍ରୀଙ୍କୁ ନେଇ ଆସିଥିଲା। ବିମାନ ଏୟାରପୋର୍ଟରେ ଅବତରଣ ବେଳେ ହଠାତ୍ ନିଆଁ ଝୁଲ ଓ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା ।
କୌଣସି ଯାନ୍ତ୍ରିକ ତ୍ରୁଟି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଇଲଟ୍ ଓ ବିମାନ ବନ୍ଦର ଅଧିକାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ତୁରନ୍ତ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।