ନୂଆଦିଲ୍ଲୀ: ଦୂରସ୍ଥାନକୁ କମ୍‌ ସମୟରେ ଯାତ୍ରା କରିବାକୁ ପ୍ଲେନକୁ ଆମେ ସମସ୍ତେ ଆପଣଇ ଥାନ୍ତି । କମ୍‌ ସମୟରେ ଜଲଦି ପହଞ୍ଚାଇବାରେ ଏହାର ଭୂମିକା ବି ବେଶ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ପ୍ଲେନ ଯାତ୍ରା କେତେ ସାଙ୍ଘାତିକ ହୋଇପାରେ, କେତେବେଳେ ବି ଜୀବନ ଯାଇପାରେ ସେନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ମାତ୍ର ୭ ବର୍ଷରେ ପାଖାପାଖି ୮୧୩ରୁ ଉର୍ଦ୍ଧ୍ବ ବିମାନ ଦୁର୍ଘଟଣା ହୋଇଛି । ଯାହା ଏବେ ପ୍ଲେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳା ଦେଇଛି । ଏବେ ପ୍ଲେନରେ ଯିବାକୁ ଲାଗୁଛି ଡ଼ର । କାରଣ ଯେଉଁପରି ଭାବରେ ପ୍ଲେନ ଦୁର୍ଘଟଣା ହେଉଛି, ଅକାରଣେ ଶହଶହ ଲୋକଙ୍କ ଜୀବନ ଯାଉଛି ତାହା ଭୟଭୀତ କରୁଛି  ଲୋକଙ୍କୁ ।  

Advertisment

ଏବେ ଏବେ କୋରିଆ ଏବଂ ଅଜରବେଜାନର ପ୍ୟାସେଞ୍ଜର  ପ୍ଲେନ  କ୍ରାସ ହେବା ଘଟଣା  ସାରା ବିଶ୍ବକୁ ଦୋହଲାଇ ରଖିଦେଇଛି । ଏହି ୨ଟି ଭୟାନକ ପ୍ଲେନ ଦୁର୍ଘଟଣା ଏବେ  ଲୋକଙ୍କୁ ଡରାଦେଇଛି ପ୍ଲେନରେ ଯାତ୍ରା କରିବା ପାଇଁ । କେବେ ପକ୍ଷୀଙ୍କ ଧକ୍କା କାରଣରୁ ତ ଆଉ  କେବେ  ବୈଷୟିକ  ତ୍ରୁଟି  ଏବଂ  ଖରାପ  ପାଗ  ଯୋଗୁଁ  ଦୁର୍ଘଟଣାର ଶିକାର ହୋଇଥାଏ  ବିମାନ  ।  ଏବେ ବିମାନ ଦୁର୍ଘଟଣାକୁ ନେଇ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି । ବିମାନ ଦୁର୍ଘଟଣାର ତଦାରଖ କରୁଥିବା ସଂସ୍ଥା ଏଭିୟସନ ସେଫ୍ଟିର ରିପୋର୍ଟ ଅନୁସାରେ,  ୨୦୨୩ରେ  ସାରା  ବିଶ୍ବରେ ୧୦୯ ବିମାନ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୧୨୦  ଯାତ୍ରୀଙ୍କ  ମୃତ୍ୟୁ  ହୋଇଥିଲା । ରିପୋର୍ଟ କହୁଛି, ଗତବର୍ଷ  ସବୁଠାରୁ  ଅଧିକ  ଦୁର୍ଘଟଣାର ସାମ୍ନା କରିଛି ଆମେରିକାର ବିମାନ, ଯାହାର ସଂଖ୍ୟା ପାଖାପାଖି ୩୪ରୁ ଅଧିକ । ସେହିପରି ୨୦୧୭ ରୁ ୨୦୨୩  ମଧ୍ୟରେ  ସାରା  ବିଶ୍ବରେ  ୮୧୩  ବିମାନ ଦୁର୍ଘଟଣା ହୋଇଛି  ।  ଏହି ୮୧୩  ଦୁର୍ଘଟଣାରେ  ୧ ହଜାର  ୪ ଶହ  ୭୩  ଯାତ୍ରୀଙ୍କ ମୃତ୍ୟୁ  ହୋଇଛି । ତେବେ ସବୁଠାରୁ  ଅଧିକ ବିମାନ ଦୁର୍ଘଟଣା ବିମାନର ଅବତରଣ ସମୟ ଏବଂ ଉଡାଣ ସମୟରେ ହିଁ ହୋଇଥାଏ । ଏହି ୭ ବର୍ଷ ମଧ୍ୟରେ ବିମାନ ଲ୍ୟାଣ୍ଡିଂ  ସମୟରେ  ୨୬୧  ଦୁର୍ଘଟଣା ଘଟିଥିବାବେଳେ ୨୧୨  ଦୁର୍ଘଟଣା ଉଡାଣ ସମୟରେ ଘଟିସାରିଛି । ଏମିତି ସ୍ଥିତିରେ ଭାରତର ବି ୧୪ ବିମାନ ଦୁର୍ଘଟଣାର ସାମ୍ନା କରିଛି ।

ସୂଚନା ଅନସାରେ, ଗତବର୍ଷ ୧୦୯ ଟି ବିମାନ କେବଳ ଟେକଅପ୍‌ ଓ ଲ୍ୟାଣ୍ଡିଂ ସମୟରେ ହୋଇଥଲା। ଯେଉଁଥିରେ ୩୭ ଟି ଦୁର୍ଘଟଣା ଅବତରଣ ସମୟରେ ଏବଂ ୩୦ ଟି ଉଡାଣ ଭରିବା ସମୟରେ ଘଟିଥିଲା । ପ୍ରତିବର୍ଷ ସାରା ବିଶ୍ବରେ ଶହଶହ ବିମାନ ଦୁର୍ଘଟଣା  ଘଟୁଥିଲେ ମଧ୍ୟ ବିମାନ ଯାତ୍ରାକୁ ସବୁଠାରୁ ସୁରକ୍ଷିତ  ମନେ କରାଯାଇଥାଏ । 

ଫ୍ଲୋରିଡାର ଏମ୍ବ୍ରି-ରିଡଲ୍ ଏରୋନେଟିକାଲ୍ ୟୁନିଭରସିଟିର ପ୍ରଫେସର ଆନ୍ଥୋନୀ ବ୍ରିକହାଉସ୍ କହିଛନ୍ତି, ବିମାନ ଯାତ୍ରା ସବୁଠାରୁ ସୁରକ୍ଷିତ ଯାତ୍ରା । ପ୍ରଫେସର ଆନ୍ଥୋନୀ  ଆହୁରି ମଧ୍ୟ କହିଛନ୍ତି ଯେ ୩୮ ହଜାର ଫୁଟ ଉଚ୍ଚାରେ ଉଡିବା, ଭୂମିରେ ଡ୍ରାଇଭ୍‌ କରିବାଠାରୁ ଅଧିକ ସୁରକ୍ଷିତ । ଠିକ୍‌ ସେହିପରି ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଏସୋଶିଏଶନର ରିପୋର୍ଟ ଅନୁସାରେ  ୨୦୨୩ରେ  ସାରା ବିଶ୍ବରେ ୩.୭ କୋଟି ରୁ ଅଧିକ ଯାତ୍ରୀ ବିମାନରେ ଯାତ୍ରା କରିଥିଲେ । ହେଲେ ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି ।