ବିମାନ ଦୁର୍ଘଟଣା: ଅଜିତ ପାୱାରଙ୍କ ବିମାନର ବ୍ଲାକବକ୍ସ ମିଳିଲା, ସ୍ପଷ୍ଟ କରାଇଲା ମନ୍ତ୍ରାଳୟ

Advertisment

ବାରାମତିଠାରେ ତାଙ୍କ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେ‌ଷ୍ଟା କରୁଥିବାବେଳେ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା । ଏହି ବିମାନର ବ୍ଲାକବକ୍ସ ମିଳିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବାରାମତିଠାରେ ତାଙ୍କ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେ‌ଷ୍ଟା କରୁଥିବାବେଳେ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା । ଏହି ବିମାନର ବ୍ଲାକବକ୍ସ ମିଳିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Ajit-Pawar-plane-crash-Black-box

Ajit-Pawar-plane-crash-Black-box Photograph: (Google)

କନକ ବ୍ୟୁରୋ:  ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ପରଲୋକ ଘଟିଥିଲା । ଅଜିତ ପାୱାର ବୁଧବାର ସକାଳ ୮ଟାରେ ମୁମ୍ବାଇରୁ ଏକ ଚାଟାର୍ଡ ବିମାନରେ ବାରାମତି ଅଭିମୁଖେ ବାହାରିଥିଲେ । ବାରାମତିଠାରେ ତାଙ୍କ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେ‌ଷ୍ଟା କରୁଥିବାବେଳେ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା । ଏହି ବିମାନର ବ୍ଲାକବକ୍ସ ମିଳିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହାର ବ୍ଲାକ ବାକ୍ସ ଉଦ୍ଧାର କରାଯାଇଛି ।

ଅଧିକ ପଢନ୍ତୁ: ବିମାନ ଦୁର୍ଘଟଣା ସମୟରେ ଅଜିତ ପାୱାରଙ୍କ ସହିତ ବିମାନରେ କିଏ ଥିଲେ? ଜାଣନ୍ତୁ....

ଏଏଆଇବି ଦିଲ୍ଲୀର ତିନି ଜଣ ଅଧିକାରୀଙ୍କ ଏକ ଦଳ ଏବଂ ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟର ଡିଜିସିଏର ତିନି ଜଣ ଅଧିକାରୀଙ୍କ ଏକ ଦଳ ବୁଧବାର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଏଆଇବିର ମହାନିର୍ଦ୍ଦେଶକ ମଧ୍ୟ ସେହି ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ଦ୍ରୁତ ଗତିରେ ଚାଲିଛି ଏବଂ ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଲିୟରଜେଟ୍ ୪୫ ବିମାନରୁ କକପିଟ୍ ଭଏସ୍ ରେକର୍ଡର୍ ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ ଉଦ୍ଧାର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷରୁ ପ୍ରମାଣ ସଂଗ୍ରହ କରିବା ପାଇଁ ବାରାମତିର ଦୁର୍ଘଟଣାସ୍ଥଳରେ ଫୋରେନସିକ୍ ଦଳ ପହଞ୍ଚିଥିଲା । ଏହି ସମୟରେ ଡିଜିସିଏର ଏକ ଦଳ ମଧ୍ୟ ସେଠାରେ ଉପସ୍ଥିତ ଥିଲା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe