କନକବ୍ୟୁରୋ : ଗୁଜରାଟରେ ଭୟଙ୍କର ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ଜୀବନ ଯାଇଛି । ଅହମ୍ମଦାବାଦ ପୋଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି  ବଢିବ ବୋଲି କୁହାଯାଉଛି । ଆହତ ମାନଙ୍କୁ ଗ୍ରୀନ କରିଡର ସହାୟତାରେ ମେଡିକାଲ ନିଆଯାଇଛି । ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର ଜାରି ରଖିଛି ।  

Advertisment

ଭାରତୀୟ ଆର୍ମିର ୧୩୦ ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ସହାୟତା ନମ୍ବର ୧୮୦୦୫୬୯୧୪୪ ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବ ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହା, ବିମାନଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଅହମ୍ମଦାବାଦ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟର ନ୍ୟାସନାଲ ବିମାନବନ୍ଦରରୁ ସାମୟିକ ପାଇଁ ବିମାନ ଚଳାଚଳ ବନ୍ଦ ରହିଛି ।