କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ମାସରେ କୌଣସି ବ୍ୟାଙ୍କ କାମ ଥିଲେ ଆଜିଠାରୁ ହିଁ ପ୍ଲାନ୍‌ କରନ୍ତୁ । କାରଣ ଅଗଷ୍ଟ ମାସର ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ତାହା ଜାଣିବା ନିହାତି ଆବଶ୍ୟକ । ତାହା ନହେଲେ ସମସ୍ୟାରେ ପଡ଼ି ପାରନ୍ତି ସାଧାରଣ ଲୋକେ । ତେବେ ଏହି ମାସରେ ଥିବା ବ୍ୟାଙ୍କ ଛୁଟି ମଧ୍ୟରୁ କେତେକ ଆଞ୍ଚଳିକ ଛୁଟି ମଧ୍ୟ ସାମିଲ ରହିଛି । ତାହାଛଡ଼ା ଏଥର ସ୍ୱାଧୀନତା ଦିବସ ଓ ଗଣେଶ ଚତୁର୍ଥୀ ଭଳି ଛୁଟି ପଡ଼ୁଥିବାରୁ ସେହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଛୁଟି ଲିଷ୍ଟ ଅନୁଯାୟୀ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବି  ବ୍ୟାଙ୍କ ଛୁଟି ରହିବ ।  

Advertisment

ଅଗଷ୍ଟ ୩ ତାରିଖରେ ରବିବାର ଥିବାରୁ ସ୍ୱାଭାବିକ ଭାବରେ ଏହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଅଗଷ୍ଟ ୯ ତାରିଖ ଦ୍ୱିତୀୟ ଶନିବାର ପଡ଼ୁଛି । ଏଣୁ ଏହି ଦିନ ମଧ୍ୟ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ପୁନଃ ଅଗଷ୍ଟ ୧୦ ତାରିଖ ରବିବାର ।  ଏହାପରେ ଅଗଷ୍ଟ ୧୩ ତାରିଖରେ ଦେଶପ୍ରେମୀ ଦିବସରେ ବ୍ୟାଙ୍କ ଛୁଟି ରହିବ । ଏହା କେବଳ ମଣିପୁର ପାଇଁ ଲାଗୁ ହେବ । ଅଗଷ୍ଟ ୧୫ ତାରିଖରେ ପାଳନ ହେବ ସ୍ୱାଧୀନତା ଦିବସ । ଏହି ଦିନ ବ୍ୟାଙ୍କ ବନ୍ଦ ରହିଥାଏ । ଅଗଷ୍ଟ ୧୬ ତାରିଖରେ ଜନ୍ମାଷ୍ଠମୀ ପଡ଼ୁଥିବାରୁ  ସାରାଦେଶରେ ବ୍ୟାଙ୍କ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛି ଆର୍‌ବିଆଇ । ଏହାପରେ ଅଗଷ୍ଟ ୧୭ ତାରିଖରେ ରବିବାର ପଡ଼ୁଛି । ଏହିଭଳି ଭାବରେ ଅଗଷ୍ଟ ମାସରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ରହିବ ।  

ଅଗଷ୍ଟ ୧୯ ତାରଖରେ ଅଗରତାଲାରେ ବ୍ୟାଙ୍କ ଛୁଟି ରହିବ । ଏହି ଦିନ ତ୍ରିପୁରା ବାସିନ୍ଦା ବୀର ବିକ୍ରମ କିଶୋର ବାହାଦୁରଙ୍କ ଜୟନ୍ତୀ ପାଳନ କରିବେ । ଅଗଷ୍ଟ ୨୩ ଓ ୨୪ ତାରିଖ ଯଥାକ୍ରମେ ଚତୁର୍ଥ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ଅଗଷ୍ଟ ୨୭ ତାରିଖରେ ପାଳନ ହେବ ଗଣେଶ ପୂଜା । ଏଣୁ ଏହି ଦିନ ଓଡ଼ିଶାରେ କୌଣସି ବ୍ୟାଙ୍କ ଖୋଲିବ ନାହିଁ  । ଶେଷରେ ଅଗଷ୍ଟ ୩୧ ତାରିଖରେ ପୁନଶ୍ଚ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହିଭଳି ଭାବରେ ଅଗଷ୍ଟ ମାସରେ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାଛଡ଼ା ଅଗଷ୍ଟ ମାସରେ କେତେକ ଲଗାତାର ଛୁଟି ପଡ଼ୁଥିବାରୁ ବ୍ୟାଙ୍କ କର୍ମଚାରୀ ମଧ୍ୟ ଛୁଟି ପାଇଁ ପ୍ଲାନ୍‌ କରିପାରିବେ ।