ସ୍କୁଲ ଘର କରିଛନ୍ତି ବୋଲି ବାହାବା ନେବା ପାଇଁ କାନ୍ଥରେ ଲଗାଇଥିଲେ ଫଳକ : ଦୁଇ ଦିନରେ ଗଲା ୨ ଛାତ୍ରଙ୍କ ଜୀବନ

Advertisment

ନେତାମାନେ ନାଁ କମାଇବା ପାଇଁ ସ୍କୁଲରେ ଘର ତିଆରି ହେଉ କି ମରାମତି, ସବୁରେ ଲଗାଉଛନ୍ତି ସୂଚନା ଫଳକ। କିନ୍ତୁ ଏହି ସୂଚନା ଫଳକ ନେଉଛି ପିଲାଙ୍କ ଜୀବନ ।

ନେତାମାନେ ନାଁ କମାଇବା ପାଇଁ ସ୍କୁଲରେ ଘର ତିଆରି ହେଉ କି ମରାମତି, ସବୁରେ ଲଗାଉଛନ୍ତି ସୂଚନା ଫଳକ। କିନ୍ତୁ ଏହି ସୂଚନା ଫଳକ ନେଉଛି ପିଲାଙ୍କ ଜୀବନ ।

7PM7

Photograph: (kanaknews)

କନକବ୍ୟୁରୋ : ନେତାମାନେ ନାଁ କମାଇବା ପାଇଁ ସ୍କୁଲରେ ଘର ତିଆରି ହେଉ କି ମରାମତି, ସବୁରେ ଲଗାଉଛନ୍ତି ସୂଚନା ଫଳକ। କିନ୍ତୁ ଏହି ସୂଚନା ଫଳକ ନେଉଛି ପିଲାଙ୍କ ଜୀବନ ।  ଗତକାଲି ମୟୂରଭଞ୍ଜ ଜିଲ୍ଲାର ତିରିଂରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିଲା । ଦିନକ ତଳେ କୋରାପୁଟ ଜିଲ୍ଲା କୋଟପାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । 

ମନରେଗା ଉପରେ ବୁଲ୍‌ ଡୋଜର ଚଳାଇଛନ୍ତି କେନ୍ଦ୍ର ସରକାର : ଭିଡିଓ ଜାରି କରି ବର୍ଷିଲେ ସୋନିଆ ଗାନ୍ଧୀ

ସ୍କୁଲ ଘର କରିଛନ୍ତି ବୋଲି ବାହାବା ନେବା ପାଇଁ ନେତା ଲଗାଇଥିଲେ ସୂଚନା ଫଳକ।  କିନ୍ତୁ ଏହି ସୂଚନା ଫଳକ କେମିତି ହେଉଛି ତାହା ପଦାରେ ପଡିଛି। ନାମ ଫଳକ ଭାଂଗି ପଡିବାରୁ ଦୁଇ ଦିନରେ ଚାଲିଯାଇଛି ୨ ଛାତ୍ରଙ୍କ ଜୀବନ।  ମୟୂରଭଂଜ ଓ କୋରାପୁଟରେ ଦୁଇ ଦିନରେ ୨ ସ୍କୁଲ ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି। ମୟୂରଭଂଜ ଜିଲ୍ଲା ତିରିଂର ବଡ଼ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଥିଲା ସୂଚନା ଫଳକ ।  ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଏହି ଫଳକ ପ୍ରଥମ ଶ୍ରେଣୀ ଛାତ୍ର ଅଭିର ଲୋହାରଙ୍କ ମୁଣ୍ଡ ଉପରେ ଖସିପଡିଥିଲା ।  ଗୁରୁତର ଅବସ୍ଥାରେ ୭ ବର୍ଷୀୟ ଅଭିରଙ୍କୁ ତିରିଂ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ  । 

ସେପଟେ କୋରାପୁଟରେ ନେତାଙ୍କ ସୂଚନାଫଳକ ନେଇଥିଲା ଛାତ୍ରଙ୍କ ଜୀବନ ।  ଆଉ ଜଣେ ଛାତ୍ର ମେଡିକାଲରେ  ଚିକିତ୍ସାଧୀନ ଅଛନ୍ତି। କୋଟପାଡ଼ ଥାନା ଢାମଣାହାଣ୍ଡି ଆଶ୍ରମ ବିଦ୍ୟାଳୟରେ ଦିନକ ତଳେ ଏହି ଅଘଟଣ ଘଟିଛି।  ସ୍କୁଲ ପରିସରରେ ଥିବା ପୁରୁଣା କଂକ୍ରିଟ୍ ସୂଚନା ଫଳକ ପଡ଼ି ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨ ଜଣ ଛାତ୍ର ବ୍ରସ୍ କରିବା ସମୟରେ ସେମାନଙ୍କ ଉପରେ ଫଳକ ପଡ଼ିଯାଇଥିଲା। ଘଟଣାସ୍ଥଳରେ ଛାତ୍ର ଜଣକ ଟଳିପଡ଼ିଥିଲେ । ଏହାକୁ ନେଇ ଅଭିଭାବକ ଓ ଶିକ୍ଷାବିତ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଏଇ ଅଘଟଣ ପରେ ପ୍ରଶ୍ନ ଉଠୁଛି, ସ୍କୁଲଗୁଡ଼ିକରୁ ସୂଚନାଫଳକ ହଟାଇବାକୁ ପଦକ୍ଷେପ ନେବ କି ଗଣଶିକ୍ଷା ବିଭାଗ? ଆଗକୁ କୌଣସି ସ୍କୁଲରେ ନାମଫଳକ ଲଗାଇବା ଉପରେ କଟକଣା ଲାଗିବ କି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe