କନକବ୍ୟୁରୋ :  ପିପିଲି ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ଘଟଣାରେ ପୋଲିସ ୭  ଜଣଙ୍କୁ ଗିରଫ କରି କୋର୍ଟ   ଚାଲାଣ କରଛି । ପିପିଲି ଗୁଡ଼ିଆପୋଖରୀ ଛକ ନିକଟରେ ଥିବା ‘ଦିଶା’ ନିଶା ନିବାରଣ କେନ୍ଦ୍ରରେ ମାନସିକ ଅନଗ୍ରସର ଯୁବକ ଶୁଭାଶିଷ ନାୟକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପିପିଲି ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ନିଶା ନିବାରଣ କେନ୍ଦ୍ରକୁ ଯାଇ ଛାନଭିନ୍ କରିଥିଲେ। ଗିରଫ ଅଭିଯୁକ୍ତମାନେ ସମସ୍ତେ ‘ଦିଶା’ ଫାଉଣ୍ଡେସନ୍‌ର କର୍ମଚାରୀ ଓ ଅନ୍ତେବାସୀ ବୋଲି ପୁଲିସ କହିଛି  ।

Advertisment

ବିନା କାରଣରେ ପୁଅକୁ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର। ଏମିତିକି ପୁଅର ହାତ ଗୋଡ଼ ବାନ୍ଧି ସେଠାରେ ଶାରୀରିକ ନିର୍ଯାତନା ଦେଇଥିବା କହିଥିଲେ ବାପା ନବକୃଷ୍ଣ  ନାୟକ ।  ସୂଚନା ଅନୁଯାୟୀ ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ,ସନ୍ଦେହ ବଢାଇଲା ବାପାଙ୍କ ବୟାନ  ।  ଶୁଭାଶିଷ ନାୟକ ଓରଫ କିରଣଙ୍କୁ ଗତ ଡିସେମ୍ବର ମାସରେ ଦିଶା ଫାଉଣ୍ଡେସନ ସ୍ପେଶାଲ ହୋମରେ ଛାଡିଥିଲେ ପରିବାରଲୋକ ।  ସୁଚିବାଇ ରୋଗ ସମେତ କିଛି ମାନସିକ ରୋଗ ଥିବା ଆଶଙ୍କା କରୁଥିଲେ । ଏଥିପାଇଁ ଚିକିତ୍ସା ମଧ୍ୟ ଚାଲିଥିଲା ।

ତେବେ ଡାକ୍ତର କହିଥିଲେ ଯୋଗ ପ୍ରାଣୟମ ଦ୍ୱାରା ପୁଅ ଠିକ ହେଇଯିବ । ପିପିଲି ଉତ୍ତରା ନିକଟସ୍ଥ ଦିଶା ଫାଉଣ୍ଡେସନରେ  ଛାଡିଥିଲେ ବାପା ମା’  ।  ପ୍ରତିମାସରେ ଯାଇ ପୁଅକୁ ଦେଖିକି ଆସୁଥିଲେ ବାପା । ଏମିତିକି ଗତ ଦୁଇଦିନ ତଳେ ମଧ୍ୟ ବାପା ଯାଇ ପୁଅକୁ ଦେଖି ଆସିଥିଲେ ଓ ପୁଅ ସୁସ୍ଥ ଥିଲା  କିନ୍ତୁ ହଠାତ ତା ପରଦିନ ଫୋନ ଆସିଲା ପୁଅ ବାନ୍ତି କରୁଛି ଓ ପନ୍ଦର ମିନିଟ ପରେ ଦିଶା ପକ୍ଷରୁ କୁହାଗଲା ପୁଅ ଜୀବନ ହରାଇଛି ।

ତେଣୁ ବିନା କୌଣସି କାରଣରେ ପୁଅକୁ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ  ।  ଏମିତିକି ପୁଅର ହାତ ଗୋଡ଼ ବାନ୍ଧି ସେଠାରେ ଶାରୀରିକ ନିର୍ଯ୍ୟାତନା ଦେଇଥିବା କହିଥିଲେ ବାପା ନବକୃଷ୍ଣ ନାୟକ । ଆଗକୁ ପୋଲିସ  ଏ ଦିଗରେ ସଠିକ ତଦନ୍ତ କରିବ ଓ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ମଧ୍ୟ କରିଥିଲେ  ପରିବାରବର୍ଗ ଓ ପଡୋଶୀ  ।