କନକ ବ୍ୟୁରୋ : ବାର୍ଡ ଫ୍ଲୁ ପାଇଁ ଜାରି ହେଲା ଆଡଭାଇଜାରି । ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାର୍ଡ ଫ୍ଲୁ ର ହଟସ୍ପଟ ପାଲଟିଛି ପିପିଲି । ପିପିଲିରେ ଅଛନ୍ତି ରାପିଡ ରେସପନ୍ସ ଚିମ୍ । ବାର୍ଡ ଫ୍ଲୁ ବାହାରୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଉଛି । ବାର୍ଡ ଫ୍ଲୁ  ହେଲେ ତୁରନ୍ତ ମାରି ପୋତି ଦେବା ଆବଶ୍ୟକ । ଜିଲ୍ଲା ୱାରି ଚାଲିଛି ଫିଭର ସର୍ଭିଲାନ୍ସ । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ୱର ହେବ । ଏବେ କିଛି ଦିନ ପାଇଁ ଚିକେନ ନ ଖାଇବା ଭଲ ।

ପିପିଲିରେ ବାର୍ଡ-ଫ୍ଲୁ ଭୟ ଭିତରେ ଓଡ଼ିଶାରୁ କୁକୁଡା ନେବାକୁ ମନା କଲା ପଶ୍ଚିମବଙ୍ଗ । କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ପୋଲ୍ୟୁଟ୍ରି ଫେଡେରେସନ୍ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୁନାରେ ଏଚ୍୫ ଏନ୍‌୧ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହେବା ପରେ ଏହି ନିଷ୍ପଭି ନିଆଯାଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗ ପୋଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଦୁଇ ଦିନରେ ୫ ହାଜରରୁ ଅଧିକ କୁକୁଡ଼ା ମରିସାରିଲେଣି ପ୍ରଶାସନ । ଚାଷୀମାନେ କ୍ଷତିପୂରୁଣ ପାଇଥିନାରୁ ବଢୁଛି ଅସନ୍ତୋଷ।