କନକ ବ୍ୟୁରୋ: ବିଲରେ ପଡ଼ି ପଡ଼ି ଗଛ ହୋଇଗଲାଣି ପାଚିଲା ଧାନ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଓଡ଼ ତରବୋଇ ମୌଜାରେ ଏକର ଏକର ଫସଲ ନଷ୍ଟ ହୋଇଛି । ଧାର କରଜ କରି ଚାଷ କରିଥିଲେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ଅଦିନିଆ ବର୍ଷା ଫସଲ ଉଜାଡ଼ିଦେବାରୁ ଏବେ ଚାଷୀ ଆଖିରୁ ଲୁହ ଶୁଖୁନି । କ୍ଷତିପୂରଣ ଅପେକ୍ଷାରେ ଚାଷୀ ଥିବାବେଳେ ଆଜକୁ ୧୫ ଦିନ ବିତିଯାଇଥିଲେ ବି କୌଣସି ସରକାରୀ ବାବୁ ଆସୁନଥିବା ଅଭିଯୋଗ ହୋଇଛି । ୧୫ ଦିନ ହେବ ବିଲରେ ଧାନ ପଡ଼ିରହିବାରୁ ତାହା ଏବେ ଗଜା ହୋଇ ଗଛ ହେଲାଣି ।
ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ଚାଷ ନାହିଁନଥିବା ନଷ୍ଟ ହୋଇଛି। ଏକର ଏକର ଜମିର ଧାନ ତଳେ ପଡି ଗଜା ହୋଇଯାଇଛି। ବର୍ଷା ପରେ ପରେ କୋହଲା ପାଗ ଯୋଗୁଁ ଧାନ କାଟିବା କି ଅମଳ କରିବା ସୁବିଧା ନହେବାରୁ ବିଲ ହିଡରେ ପଡିଥିଲା ଧାନ ଆଉ ସେଠି ରହି ରହି ଧାନ ହଳାରେ ବି ଗଛ ଉଠିଯାଇଛି। ଏବେ ଚାଷୀ କରିବେ କ’ଣ , ବର୍ଷକ ଖାଇବେ କ’ଣ । ଏଇ ଚିନ୍ତାରେ ଏବେ ପିପିଲି ଅଞ୍ଚଳର ଚାଷୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us