କନକ ବ୍ୟୁରୋ: ଅନୁଜର ବିବାହକୁ ଦୁଇ ବର୍ଷ ପୂର୍ବରୁ  ଉତ୍ତରପ୍ରଦେଶ ଗାଜିଆବାଦର ପିଙ୍କିଙ୍କ ସହ ହୋଇଥିଲା। ଅନୁଜଙ୍କ ବଡ ଭଉଣୀଙ୍କ କହିବା କଥା, ବିବାହର କିଛି ମାସ ଯାଏଁ ସବୁକିଛି ଠିକ୍ ଥିଲା।  ହେଲେ କ୍ରମଶଃ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଅନୁଜଙ୍କ ସନ୍ଦେହ ଥିଲା ଯେ ସ୍ତ୍ରୀ ପିଙ୍କି ମୋବାଇଲରେ କାହା ସହ କଥାବାର୍ତ୍ତା ହେଉଛନ୍ତି । ଦିନେ ମୋବାଇଲ ଛଡାଇ ନେଇ ଦେଖିବାରୁ ଚମକି ପଡିଥିଲେ ଅନୁଜ ଆଉ ତା’ ପରେ ଅନୁଜଙ୍କ ପାଇଁ ମୃତ୍ୟୁର ଜାଲ ବିଛାଇଥିଲା ପତ୍ନୀ ପିଙ୍କି।

Advertisment

ଅନୁଜଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପିଙ୍କିର ଚାଲିଚଳଣ ଉପରେ ସନ୍ଦେହ କରିଥିଲେ ଅନୁଜ । ଅନୁଜ  ଅନେକଥର ପିଙ୍କିକୁ କାହା ସହ କଥାବାର୍ତ୍ତା ହେବାର ଶୁଣିଥିଲେ ଯାହା ସାମାନ୍ୟ ନଥିଲା । କିନ୍ତୁ ପ୍ରତିଥର ତାଙ୍କ ସନ୍ଦେହକୁ ଟାଳିଦେଉଥିଲା ପିଙ୍କି । ଥରେ ଫୋନ ଛଡାଇନେଇ ଦେଖିବାରୁ ଅନୁଜଙ୍କ ଆଖିରେ ପଡିଥିଲା ଆପତ୍ତିଜନକ ମେସେଜ ଓ ଫଟୋ । ଏହାପରେ ପାଟିତୁଣ୍ଡ ହୋଇ ପିଙ୍କି ନିଜ ବାପ ଘରକୁ ଚାଲିଯାଇଥିଲେ । କିନ୍ତୁ କିଛି ଦିନ ପରେ ପିଙ୍କି ଅନୁଜ ସହ ରହିବାକୁ ଇଚ୍ଛା ପ୍ରକାଶ କରି ତାଙ୍କ ଘରକୁ ଆସିଥିଲା । ଥରେ ଅନୁଜ ଅଫିସରୁ ଘରକୁ ଆସିବା ପରେ ତାଙ୍କ ହାତକୁ କଫି କପ୍ ବଢାଇଦେଇଥିଲା ପିଙ୍କି । କଫି ପିଇବା ପରେ ଅନୁଜଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଗଗଲା । ସେଠାରେ ଡାକ୍ତର ତାଙ୍କ ଶରୀରରେ ବିଷ ପ୍ରତିକ୍ରିୟା ହୋଇଛି ବୋଲି କହିଥିଲେ । ଅନୁଜଙ୍କ ଅବସ୍ଥା ଅଧିକ ଗୁରୁତୁର ହେବାରୁ ତାଙ୍କୁ ମିରଟ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ପୋଲିସ ଏଥିରେ ତଦନ୍ତ ଜାରି ରଖିଛି ।