ସ୍ତନ କର୍କଟକୁ ନେଇ ସଚେତନତା । ଉତ୍କଳ ହସ୍ପିଟାଲ୍ ତରଫରୁ ପିଙ୍କ୍ ମାରାଥନ ଆୟୋଜିତ ।

Advertisment

ରାଜ୍ୟର ପ୍ରମୁଖ ସୁପର ମଲ୍ଟିସ୍ପେଶିଆଲଟି ଉତ୍କଳ ହସ୍ପିଟାଲ୍ ତରଫରୁ ପିଙ୍କ୍ ମାରାଥନ ଆୟୋଜିତ । ଏହି ପିଙ୍କ୍ ମାରାଥନରେ ବିଭିନ୍ନ ବୟସ ଏବଂ ବର୍ଗର ପାଖାପାଖି ୪୦୦ ମହିଳା ଭାଗ ନେଇଥିଲେ ।  

ରାଜ୍ୟର ପ୍ରମୁଖ ସୁପର ମଲ୍ଟିସ୍ପେଶିଆଲଟି ଉତ୍କଳ ହସ୍ପିଟାଲ୍ ତରଫରୁ ପିଙ୍କ୍ ମାରାଥନ ଆୟୋଜିତ । ଏହି ପିଙ୍କ୍ ମାରାଥନରେ ବିଭିନ୍ନ ବୟସ ଏବଂ ବର୍ଗର ପାଖାପାଖି ୪୦୦ ମହିଳା ଭାଗ ନେଇଥିଲେ ।  

1136adc0-0b3a-4622-905b-adcb68a0313c

କନକ ବ୍ୟୁରୋ: ସ୍ତନ କର୍କଟ ସଚେତନତା ପାଇଁ ଭୁବନେଶ୍ଵର ନୀଳାଦ୍ରି ବିହାର ଠାରେ ଥିବା ରାଜ୍ୟର ପ୍ରମୁଖ ସୁପର ମଲ୍ଟିସ୍ପେଶିଆଲଟି ଉତ୍କଳ ହସ୍ପିଟାଲ୍ ତରଫରୁ ପିଙ୍କ୍ ମାରାଥନ ଆୟୋଜିତ । ଏହି ପିଙ୍କ୍ ମାରାଥନରେ ବିଭିନ୍ନ ବୟସ ଏବଂ ବର୍ଗର ପାଖାପାଖି ୪୦୦ ମହିଳା ଭାଗ ନେଇଥିଲେ ।  

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସ୍ତନ କର୍କଟ ରୋଗର ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧକୁ ପ୍ରୋତ୍ସାହିତ କରିବା, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରଭାବିତ କରୁଛି । ଏହି ପଦକ୍ଷେପ ମାଧ୍ୟମରେ, ଉତ୍କଳ ହସ୍ପିଟାଲ୍ ଆଶା, ଶକ୍ତି ଏବଂ ନିୟମିତ  ସ୍କ୍ରିନିଂର ମହତ୍ଵର ବାର୍ତ୍ତା ପ୍ରଦାନ କରିବାକୁ ପ୍ରୟାସ କରିଥିଲେ ।

ଏହି ପିଙ୍କ୍ ମାରାଥନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ସମ୍ମାନୀୟ ଅତିଥି ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଉତ୍କଳ ହସ୍ପିଟାଲର ପରିଚଳନା ନିର୍ଦ୍ଦେଶକ ଡ. ପ୍ରଜ୍ଞାନ ରଞ୍ଜନ ଘଡ଼େଇ ପତାକା ଦେଖାଇ ଆରମ୍ଭ କରିଥିଲେ । ଏହି ପିଙ୍କ୍ ମାରାଥନ୍ ୪ କିଲୋମିଟର୍ ଦୂରତା ପର୍ଯ୍ୟନ୍ତ ଚାଲି ନୀଳାଦ୍ରି ବିହାର ଅଞ୍ଚଳରେ ଶେଷ ହୋଇଥିଲା । 

ପରେ ପରେ ସମ୍ମାନୀୟ ଅତିଥିଗଣ ଯଥା, ଦିଗପହଣ୍ଡି ବିଧାୟକ ତଥା ଓଲିଉଡ୍ ସୁପରଷ୍ଟାର   ସିଦ୍ଧାନ୍ତ ମହକ୍ଷପାତ୍ର, କ୍ରିୟା ଫାଉଣ୍ଡେସନ୍ ପ୍ରତିଷ୍ଠାତା ଲିପି ଜେନାମଣି, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଓ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ମେଡାଲ ପ୍ରଦାନ କରିଥଲେ ।

ଏହି ଅବସରରେ ମହିଳାମାନଙ୍କୁ ଅତିଥିମାନେ ସ୍ତନ କର୍କଟ ସଚେତନତା ବାର୍ତ୍ତା ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ମେଡିକାଲ୍ ସର୍ଭିସେସ ନିର୍ଦ୍ଦେଶକ ଏବଂ ଅଙ୍କଲୋଜି ନିର୍ଦ୍ଦେଶକ 
ଡାକ୍ତର ରଞ୍ଜନ କୁମାର ମହାପାତ, ଡାକ୍ତର ଚିନ୍ମୟ କୁମାର ପାଣି, ଡାକ୍ତର ସୁଶାନ୍ତ କୁମାର ପାଇକରାୟ , ଡାକ୍ତର ରଞ୍ଜନ କୁମାର ମହାନ୍ତି , ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁୁ, ଡାକ୍ତର ସତ୍ୟବ୍ରତ ଦାସ, ଡାକ୍ତର ଦିଲ୍ଲୀପ କର, ଡାକ୍ତର ସଞ୍ଜୀବ କୁମାର ମିଶ୍ର, ଡାକ୍ତର ସଞ୍ଜୟ କୁମାର ମିଶ୍ର, ଡାକ୍ତର ବ୍ରହ୍ମାନନ୍ଦ ଶତପଥୀ, ଡାକ୍ତର ଶୈଖ୍ ଇଫିତିଖାର୍ ଅଲ୍ଲୀ, ଡାକ୍ତର ଆର୍ଯ୍ୟ କୁମାର ବାଣୀଦୂତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe