ପୁଣି ଧାରଣାରେ ପିହୁ ମା’ ; ନ୍ୟାୟ ପାଇଁ ଆଜି ବି କରୁଛନ୍ତି ସଂଘର୍ଷ

ନ୍ୟାୟ ପାଇଁ ମା’ର ଲଢେଇ ଜାରି  । ନିଖୋଜ ପିହୁକୁ ଖୋଜି ଆଣିବାକୁ ପିହୁ ମା’ ପୁଣି ଥରେ ଧାରଣାରେ ବସିଛନ୍ତି । ପୁଣିଥରେ ନିଖୋଜ ପିହୁ ଘଟଣାର ତଦନ୍ତ ପାଇଁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମା’ ମୋନାଲିସା ।

22

କନକ ବ୍ୟୁରୋ: ନ୍ୟାୟ ପାଇଁ ମା’ର ଲଢେଇ ଜାରି  । ନିଖୋଜ ପିହୁକୁ ଖୋଜି ଆଣିବାକୁ ପିହୁ ମା’ ପୁଣି ଥରେ ଧାରଣାରେ ବସିଛନ୍ତି । ପୁଣିଥରେ ନିଖୋଜ ପିହୁ ଘଟଣାର ତଦନ୍ତ ପାଇଁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମା’ ମୋନାଲିସା ।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗାଁର କୁନିଝିଅ ପିହୁ । ତାର ଅପହରଣ ଘଟଣାକୁ ୫ ବର୍ଷ ପୁରିଲା  । ହେଲେ ଆଜି ପର୍ୟ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁକୁ ଖୋଜି ପାରିଲେନି। ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ବାରମ୍ବାର ପିହୁ ମା’ ଧାରଣା ପ୍ରତିବାଦ ଜାରି ରଖିଥିବା ବେଳେ ପିହୁର କୌଣସି ଖବର ମିଳିନି । ଆରଜି ପୁଣିଥଇରେ ନିରାଶ ପିହୁର ମା’ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe