କନକ ବ୍ୟୁରୋ: ନ୍ୟାୟ ପାଇଁ ମା’ର ଲଢେଇ ଜାରି । ନିଖୋଜ ପିହୁକୁ ଖୋଜି ଆଣିବାକୁ ପିହୁ ମା’ ପୁଣି ଥରେ ଧାରଣାରେ ବସିଛନ୍ତି । ପୁଣିଥରେ ନିଖୋଜ ପିହୁ ଘଟଣାର ତଦନ୍ତ ପାଇଁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମା’ ମୋନାଲିସା ।
ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗାଁର କୁନିଝିଅ ପିହୁ । ତାର ଅପହରଣ ଘଟଣାକୁ ୫ ବର୍ଷ ପୁରିଲା । ହେଲେ ଆଜି ପର୍ୟ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁକୁ ଖୋଜି ପାରିଲେନି। ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ବାରମ୍ବାର ପିହୁ ମା’ ଧାରଣା ପ୍ରତିବାଦ ଜାରି ରଖିଥିବା ବେଳେ ପିହୁର କୌଣସି ଖବର ମିଳିନି । ଆରଜି ପୁଣିଥଇରେ ନିରାଶ ପିହୁର ମା’ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/11/22-2025-08-11-14-47-12.jpg)